ଓଡ଼ିଆ ମିଡ଼ିଆର ଓଡ଼ିଶା ଉତ୍କର୍ଷ ସମ୍ମାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶାର ପ୍ରତିଷ୍ଠିତ ଅନୁଷ୍ଠାନ ଓଡ଼ିଆ ମିଡ଼ିଆର ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଓଡିଶାର ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଶ ଲାଲ ଜୀ । ଏହି ଅବସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ରାଷ୍ଟ୍ରୀୟ ସମ୍ପର୍କ ଅଧିକାରୀ ତଥା ଆଦିତ୍ୟ ବାହିନୀ ଗୋବର୍ଦ୍ଧନ ମଠ ପୁରୀର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରିଥିଲେ ମହାମହିମ ରାଜ୍ୟପାଳ । ଶ୍ରୀଯୁକ୍ତ ମିଶ୍ର ଜଣେ ସୁଦକ୍ଷ ସଂଗଠକ,ବିଚକ୍ଷଣ ପ୍ରବଚକ ଓ ବକ୍ତା ଆଲୋଚକ, ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଓ ଜଗତଗୁରୁଙ୍କ ମାର୍ଗଦର୍ଶନ ରେ ସର୍ବ ଭାରତୀୟସ୍ଥର ରେ ଏକ ଧର୍ମୀୟ ବାତାବରଣ ସୃଷ୍ଟି କରି ସମସ୍ତଙ୍କ ପ୍ରିୟ ଭଜନ ହୋଇପାରିଥିବା ମାତୃ ପ୍ରସାଦ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।ବିଭିନ୍ନ ସଂଗଠନ ସହିତ ଯଦିତଥିବା ଶ୍ରୀଯୁକ୍ତ ମିଶ୍ର ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ପାଇଥିଲେ ମଧ୍ୟ ଏହି ଓଡ଼ିଶା ଉତ୍କର୍ଷ ସମ୍ମାନ ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ମିଡ଼ିଆର ଶୁଭ୍ରାଂଶୁ ପରିଚାଳନା କରିଥିବାବେଳେ ଶୁଚିସ୍ମିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment