ଓବିସି କମିଶନ ଗଠନ ଘୋଷଣା କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଧାନସଭାରେ ରାଜ୍ୟସରକାରଙ୍କ ପକ୍ଷରୁ ଓ ବି ସି କମିଶନ ବିଲ ଗୃହୀତ ହେବା ପରେ ଏବେ ଦୁଇ ବିରୋଧୀ ଦଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଉଭୟ ବିଜେପି ଓ କଂଗ୍ରେସ ଦଳ ଏହାକୁ ଶାସକ ଦଳର ଭୋଟ ବ୍ୟାଙ୍କ ପଲିଟିକ୍ସର ଆଖ୍ୟା ଦେଇଛନ୍ତି, ଗୋଟିଏ ଗୁଳିରେ ଦୁଇଟି ଶୀକାର କରିବା ପାଇଁ ରାଜ୍ୟ ସରକାର ଚାହୁଁଛନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।
ସେହିଭଳି ବିରୋଧୀଙ୍କ ପ୍ରତିକ୍ରିୟାର କଡା ଜବାବ ରଖିଛନ୍ତି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ଯାହା 90ବର୍ଷ ହେଲା ହେଇ ପାରୁନଥିଲା, ତାହା ନବୀନ କରି ଦେଖାଇଛନ୍ତି। ସର୍ଭେ ହେଲେ ପଛୁଆ ବର୍ଗଙ୍କ ପ୍ରକୃତ ଚିତ୍ର ପଦାକୁ ଆସିବ ଆଉ ସରକାର ସେମାନଙ୍କ ଉନ୍ନତି ପାଇଁ ଯୋଜନା କରିପାରିବେ।