ଓଏଏସ୍ ପରୀକ୍ଷାଫଳ ପ୍ରକାଶିତ: ଟପ୍ ୩ରେ ଆୟୁଷୀ, ସଂଜିତା ଓ ପୁନମ୍

0

ଇଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା (ଓ.ଏ.ଏସ୍) ପରୀକ୍ଷାଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାଟେଗୋରୀ ୧ ଓ ୨ ସେବା ପାଇଁ ଏମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ଓ.ପି.ଏସ୍‌.ସି ର ଓ୍ବେବ୍‌ସାଇଟ୍‌ http://opsc.gov.in ରେ ଉପଲବ୍ଧ ହେଉଛି ।

ଏହି ଓ୍ବେବ୍‌ସାଇଟ୍‌ରୁ ପ୍ରାର୍ଥୀମାନେ ସବିଶେଷ ବିବରଣୀ ପାଇପାରିବେ ବୋଲି ଓ.ପି.ଏସ୍‌.ସି ପକ୍ଷରୁ କୁହାଯାଇଛି । ଏହି ପରୀକ୍ଷାରେ ଆୟୁଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ଓପିଏସି ୱେବସାଇଟର ସୂଚନା ଅନୁସାରେ ଯୋଗ୍ୟ ବିବେଚିତ ହୋଇଥିବା ୧୦୬ ଜଣଙ୍କ ମଧ୍ୟରୁ ୪୨ ଜଣ ମହିଳା ଅଛନ୍ତି । ଏସି ବର୍ଗରୁ ୨୧, ଏସଟି ବର୍ଗରୁ ୨୧ ଏବଂ ଏସଇବିସି ବର୍ଗରୁ ୧୩ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Leave a comment