ଓଏଏସ ଅଫିସର ହେଲେ, ସ୍ୱୟଂ ସହାୟକ ଗୋଷ୍ଠୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିନି ଦିନ ତଳେ ହୋଇଥିବା ପ୍ରଶାସନିକ ଅଦକ ବଦଳରେ ମୁଖ୍ୟମନ୍ତ୍ରୀ ଙ୍କ ଲୋକସମ୍ପର୍କ ଅଧିକାରୀ ଙ୍କ ଦ୍ଵାରା ଦିଆଯାଇଥିବା ତାଲିକା ରେ ତ୍ରୁଟି ରହିଛି । ୨୩ ଅଫିସର ଙ୍କ ମଧ୍ୟରୁ ଶେଷକୁ ଥିବା ଦୁଇଜଣ ଓଏଏସ ଅଧିକାରୀଙ୍କ ନାମ ଅଛି । ପାହ୍ୟା ଦୃଷ୍ଟିରୁ ତାହା ଓଏଏସ-ଏସ୍ ଏ ଜି ଲେଖାଯିବ କଥା । ହେଲେ ତାକୁ ଜନୈକ ଅଫିସର ଏସଏଚଜି ଲେଖିଛନ୍ତି, ଯାହାର ଅର୍ଥ ସ୍ୱୟଂ ସହାୟକ ଗୋଷ୍ଠି । କିନ୍ତୁ ପ୍ରକୃତରେ ତାହା ଏସଏଜି ଯାହାର ଅର୍ଥ ସୁପରିୟର ଆଡ଼ମିନିଷ୍ଟ୍ରେଟିଭ ଗ୍ରେଡ । ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହି ଭୁଲକୁ ଏଯାବତ କେହି ଧରିପାରି ନାହାଁନ୍ତି । ସାଧାରଣ ବୁଦ୍ଧିରେ ଏହା ଏକ ସାମାନ୍ୟ ତ୍ରୁଟି ଲାଗିପାରେ ମାତ୍ର ପ୍ରଶାସନିକ ସ୍ତରରେ ଅକ୍ଷର ଏପଟ ସେପଟ ରେ ପଦୋନ୍ନତି, ଚାକିରୀ ପଳାଇଯିବାର ନଜିର ରହିଛି ।

ଏଣୁ ଆଶା କରିବା ଭବିଷ୍ୟତରେ ତୃତୀୟ ମହଲର ଅଫିସର ଏବଂ ସୂଚନା ଲୋକସମ୍ପର୍କ ଅଧିକାରୀ ଟିକେ ଅଧିକ ସତର୍କ ହେବେ ।

Leave a comment