ସହି ହେଲାନି ନିର୍ଯାତନା , ୫ ଝିଅଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ପଡିଲେ ମହିଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଇମଲିଭଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ସ୍ୱାମୀଙ୍କ ନିର୍ଯାତନ ସହିନପାରି ମହିଳା ଜଣଙ୍କ ୫ ପିଲାଙ୍କ ସହ ଟ୍ରେନ‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ସୂଚନାଯୋଗ୍ୟ, ମହାସମୁନ୍ଦ ଜିଲ୍ଲା ବେମଚା ଗାଁର କେଜଉରାମ ସାହୁ (୪୫) ସ୍ତ୍ରୀ ଉମା (୪୦), ବଡ଼ ଝିଅ ଅର୍ଣ୍ଣପୂର୍ଣ୍ଣା(୧୮), ଯଶୋଦା (୧୬), ଭୂମିକା (୧୪), କୁମକୁମ (୧୨), ତୁଲସୀ(୧୦)ଙ୍କୁ ନେଇ ରହୁଥିଲେ । କେଜୁରାମଙ୍କ ପ୍ରାୟ ୨ ଏକର ଜମି ରହିଛି । ସେ ମୁଢେନା ରାଇସ ମିଲରେ ହେମାଲି କାମ କରୁଥିଲେ । କେଜୁରାମ ଅନେକ ସମୟରେ ମଦ ପିଇ ଘରେ କଲି ଝଗଡ଼ା କରୁଥିଲେ । ଗତକାଲି ସନ୍ଧ୍ୟାରେ ମଦ ପିଇ ଘରକୁ ଫେରିଥିଲେ । ଘରେ ରାତ୍ରୀ ଭୋଜନକୁ ନେଇ ସ୍ତ୍ରୀ ଓ ଝିଅମାନଙ୍କ ସହ ଝଗଡ଼ା କରିଥିଲେ । ଝଗଡ଼ା ଉଗ୍ରରୂପ ନେଇଥିଲା । ମଦ୍ୟପ ସ୍ୱାମୀର ନିର୍ଯାତନାରେ ଅତିଷ୍ଠ ହୋଇ ସ୍ତ୍ରୀ ଉମା ୫ଜଣ ଝିଅଙ୍କୁ ଧରି ଘରୁ ବାହାରି ଯାଇଥିଲେ । ପରିବାର ଲୋକେ ଓ ସମ୍ପକୀୟମାନେ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା । ସେମାନେ ମହାସମୁନ୍ଦ ସ୍ଥିତ ଇମଲି ଭାଟା ନହର ପୋଲ ନିକଟରେ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବା ପରେ ଜଣାପଡ଼ିଥିଲା । ସକାଳେ ଉକ୍ତ ସ୍ଥାନରେ ସମସ୍ତଙ୍କୁ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।

Leave a comment