ଆଜିକାଲି ଏହି କାରଣରୁ ଯୁବକଙ୍କଠାରେ ଦେଖାଯାଉଛି ହାର୍ଟ ଆଟାକ ସମସ୍ୟା

0

ବର୍ତ୍ତମାନ ଦ୍ରୁତ ଗତିରେ ହାର୍ଟ ଆଟାକ ଯୁବକ ମାନଙ୍କ ମଧ୍ୟରେ ବୃଦ୍ଧି ପାଉଛି l ନିକଟ ରେ ଶୋଷିଆଲ୍ ମିଡ଼ିଆ ରେ ଗୋଟିଏ ଭିଡିଓ ଭାଇରଲ ହେଉଛି l ଜିମ ରେ ଜଣେ ଯୁବକ ଟ୍ରେଡ ମିଲ ରେ ଚାଲୁଥିବା ବେଳେ ହଟାତ ହାର୍ଟ ଆଟାକ ରେ ମୃତ୍ୟୁ ବରଣ କରୁଛନ୍ତି l ଗତ ବର୍ଷ ଉକ୍ତ ଯୁବକ ଙ୍କ ବଡ଼ ଭାଇ ଙ୍କ ର ମଧ୍ୟ ହାର୍ଟ ଆଟାକ ରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି l ଏହାକୁ ନଜର ରେ ରଖି ଏମସ ର ଚିକିତ୍ସକ ଙ୍କ ଗୋଟିଏ ଅଧ୍ୟୟନ ରେ ଯୁବକ ମାନଙ୍କ ନିକଟ ର ବିଶେଷ ଭାବେ ହାର୍ଟ ଆଟାକ ର ୪ ଟି କାରଣ ଦାୟୀ ବୋଲି କୁହାଯାଇଛି l

-ଆଜିକାଲି ଯୁବକ ମାନେ ନିଜ ଶରୀର କୁ ସେପ ଦେବା ପାଇଁ ଅତ୍ୟଧିକ ଷ୍ଟେରଏଡ଼ ନେଉଥିବା ଗୋଟିଏ କାରଣ ବୋଲି କୁହାଯାଇଛି l ଅପ୍ରଶିକ୍ଷଣ ଜିମ ଟ୍ରେନର ଙ୍କ ଯୋଗୁଁ ଯୁବକ ମାନେ ଷ୍ଟେରାଏଡ଼ ନେବା ଆରଂଭ କରୁଛନ୍ତି l ଷ୍ଟ୍ରେରଏଡ଼ ନେବା ଦ୍ୱାରା ଯୁବକ ମାନଙ୍କ ଶରୀର ଉପରେ ଅନେକ ଦୁଷ୍ପ୍ରଭାବ ପଡୁଛି ଏବଂ ହାର୍ଟ ଆଟାକ ର କାରଣ ହେଉଛି l

-ଏହି ରିସର୍ଚ୍ଚ ରୁ ଜଣା ପଡିଛି ଯେ ଆଜିର ଯୁବକ ମାନଙ୍କ ଜୀବନ ଉପରେ ଲାଇଫ ଷ୍ଟାଇଲ ମଧ୍ୟ ପ୍ରଭାବ ପକାଉଛି l ଖରାପ ଲାଇଫ ଷ୍ଟାଇଲ କାରଣରୁ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରାଲ, ଶୁଗାର, ଓଜନ ବୃଦ୍ଧି ହେଉଛି ହାର୍ଟ ଆଟାକ ର କାରଣ l

-ଏମସ ଡାକ୍ତର ଙ୍କ ଅଧ୍ୟୟନ ଅନୁସାରେ ଯୁବକ ମାନଙ୍କ ଅତ୍ୟଧିକ ମୋବାଇଲ ବ୍ୟବହାର ମଧ୍ୟ ସେମାନଙ୍କ ଜୀବନ ଚର୍ଯ୍ୟା କୁ ପ୍ରଭାବିତ କରୁଛି l ଯେପରିକି ରାତି ଅନିଦ୍ରା ହୋଇ ମୋବାଇଲ୍ ବ୍ୟବହାର ଦ୍ୱାରା ନିଦ୍ରା ହୀନତା ହାର୍ଟ ଉପରେ ପ୍ରଭାବ ପକାଉଛି l ଆହୁରି ମଧ୍ୟ ଆମେ ସାଧାରଣ ଭାବେ ମୋବାଇଲ କୁ ବ୍ୟବହାର କରି ସାର୍ଟ ର ସମ୍ମୁଖ ପକେଟ ରେ ରଖିଥାଉ ଯାହା ଦ୍ୱାରା କି ମୋବାଇଲ ର ଅତି ବାଇଗଣୀ ଆଲୋକ ହାର୍ଟ ଉପରେ ପ୍ରଭାବ ପକାଇ ଥାଏ l ଯାହାର କାରଣ ହାର୍ଟ ଆଟାକ ଅଟେ l

-ଡାକ୍ତରଙ୍କ ସୂଚନା ଅନୁଯାୟୀ କୋଭିଡ଼ ପରେ ଯୁବକ ମାନଙ୍କ ଲାଇଫ ଷ୍ଟାଇଲ ଉପରେ ଖୁବ ପ୍ରଭାବ ପଡିଛି l ଯାହାଦ୍ୱାରା ଯୁବକ ମାନଙ୍କ ନିକଟ ର ହାର୍ଟ ସର୍ଜରୀ ଦେଖିବାକୁ ଅଧିକ ମିଳିଛି l କୋଭିଡ଼ ସମୟ ରୁ ମଣିଷ ମାନଙ୍କର ଖାଇବା ଶୈଳୀ ମଧ୍ୟ ପ୍ରଭାବିତ ହୋଇଛି l ଅତ୍ୟଧିକ ଜଙ୍କ ଫୁଡ ସେବନ ଦ୍ୱାରା ମଧ୍ୟ ହାର୍ଟ ପ୍ରଭାବିତ ହୋଇଥାଏ l ଜଙ୍କ ଫୁଡ ମଧ୍ୟ ହାର୍ଟ ଉପରେ ପ୍ରଭାବ ପକାଇଥାଏ l ତେଣୁ ଆଜିକାଲି ଯୁବକ ମାନେ ସେଥି ପ୍ରତି ସତର୍କ ରହିବା ଜରୁରି l

Leave a comment