ଏବେ ହୋଇଗଲା ଡବଲ ଇଞ୍ଜିନ ପାୱାର : ଦାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡି ଘୋଷଣା ଜରିବା ପରେ ଅନେକ ମନ୍ତବ୍ୟ ପ୍ରକାଶ ପାଇବାରେ ଲାଗିଛି । ରାଜ୍ୟ କଂଗ୍ରେସ ଏହାକୁ ତୀବ୍ର ନିନ୍ଦା କରୁଥିବା ବେଳେ ବିଜେପି ବରିଷ୍ଠ ନେତା ଦାମୋଦର ରାଉତ ବା ଏହି ସୁଯୋଗକୁ କିପରି ହାତଛଡା କରିଥାନ୍ତେ । ଦାମ ବାବୁ ଏହି ଘଟଣାକୁ ଅଟହାସ୍ୟ କରି କହିଛନ୍ତି କି, ଏଥର ରାଜ୍ୟରେ ଲାଗିଲା ଡବଲ ଇଞ୍ଜିନ । ଏହା କହିବା ପଛ କାରଣ ହେଲା ନିର୍ବାଚନ ପୂର୍ବରୁ ନବୀନ ଓ ତାଙ୍କ ଦଳ ଉଭୟ ବିରୋଧୀ ପାର୍ଟି ବିଜେପି ଓ କଂଗ୍ରେସ ଠାରୁ ସମଦୁରତ୍ୱ ରଖିବ ବୋଲି ବିଜେଡି ସବୁବେଳେ ଦାବା କରିଆସୁଥିଲା । ତେବେ ନିର୍ବାଚନ ପରେ ହଠାତ କଣହେଲା ଯେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିକୁ ସମର୍ଥନ କରିବାକୁ ପଡିଲା । ଏହା ପଛର ରହସ୍ୟ ହେଲା ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଛି । ନବୀନ ଗଠନ ମୂଳକ ସହଯୋଗ ଘୋଷଣା କରି ସମଦୂରତ୍ୱ ବ୍ୟାଖ୍ୟାକୁ ଭୁଲିଗଲେ । ଏହା ରାଜ୍ୟ ପାଇଁ ହିତକର । ଅଶ୍ୱିନୀଙ୍କ ଦିଲ୍ଲୀରେ ଭଲ ଲବି ଅଛି । ବିଜେଡି ସହ ଅଶ୍ୱିନୀଙ୍କର ଭଲ ସଂପର୍କ ଅଛି ।
ସେହିପରି ରାଜ୍ୟ ଓ କେନ୍ଦ୍ର ଉଭୟଙ୍କ ହିତ ଓ ପାରସ୍ପରିକ ସୁବିଧା ପାଇଁ ଅଶ୍ୱିନୀ ପ୍ରାର୍ଥୀ କରିଛନ୍ତି ନବୀନ । ସମଦୂରତ୍ୱ ଥିଓରୀକୁ ଭୁଲି ଏକାଠି ରହିବା ଥିଓରୀ ଗ୍ରହଣ କରିଛନ୍ତି ନବୀନ। ଲୋକେ ନକଲେ କ’ଣ ହେଲା, ଏବେତ ଡବଲ ଇଂଜିନ ହୋଇଯାଇଛି । ସବୁଠି ବ୍ୟୁରୋକ୍ରାଟଙ୍କ ପ୍ରାଧାନ୍ୟ ବଢ଼ୁଛି, ଲୋକ ପ୍ରତିନିଧି ନତମସ୍ତକ ରହୁଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଏଭଳି ଘଟଣା ଘଟୁଛି ବୋଲି ମଧ୍ୟ ଦାମ କହିଛନ୍ତି ।