ଏବେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ

0

ଭୁବନେଶ୍ଵର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ କୋଭିଡ ସଂକ୍ରମଣ ଧୀରେ ଧୀରେ ବଢ଼ୁଛି। ତେଣୁ ନିଜର ସୁରକ୍ଷା ନିଜେ ନିଅନ୍ତୁ। ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ଭିଡ଼ ଜାଗାକୁ ଯାଉଥିଲେ, ମାସ୍କ ପିନ୍ଧନ୍ତୁ। ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ। ତା’ହେଲେ ଆପଣ ସୁରକ୍ଷିତ ରହିବେ ବୋଲି କହିଛନ୍ତି ବିଜୟ ମହାପାତ୍ର। ଏବେ ଆଶା ଦିଦିମାନେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରିବେ। ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ।

ଲ୍ୟାବ ଟେଷ୍ଟ, ଆରଆରଟି, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ରାଜ୍ୟରେ କରୋନାର ସ୍ଥିତିକୁ ନେଇ ନିଜର ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Leave a comment