ମିଳିଲା ଅନୁମତି, ରାଜଧାନୀ ବାରରେ ନାଚିବେ ବାରଗାର୍ଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ୭ଟି ଡ୍ୟାନ୍ସ ବାରରେ ବାରଗାର୍ଲ ନାଚିବାକୁ ମିଳିଲା ଅନୁମତି । ଏହି ଅନୁମତି ପାଇଁ କିଛି ନିୟମ ଲାଗୁ କରାଯାଇଛି । ବାରଗାର୍ଲ ସଙ୍ଗୀତ ଓ ନୃତ୍ୟ ପରିବେଷଣ ପାଇଁ ମିଳିଛି ଅନୁମତି ।

ସୂଚନା ଅନୁଯାୟୀ, ବାରଗାର୍ଲ ନାଚିବାକୁ ହେଲେ ଡ୍ୟାନ୍ସ ବାର ଗୁଡିକୁ କିଛି ନିୟମ ମାନିବାକୁ ପୋଲିସ ସର୍ତ୍ତ ରଖିଛି । ଏହି ସର୍ତ୍ତ ଗୁଡିକ ହେଲା:

* ବାର୍ ଡ୍ୟାନ୍ସ ଏରିଆରେ ସିସିଟିଭି ଲାଗିବ ।

* ବାରଗର୍ଲମାନେ କୌଣସି ପ୍ରକାରର ଉତ୍ତେଜକ ଡ୍ରେସ୍ ପିନ୍ଧିପାରିବେ ନାହିଁ ।

* ବାରଗର୍ଲଙ୍କ ସ୍ୱତନ୍ତ୍ର ପରିଚୟ ପତ୍ର ରହିବ ।

* ଗ୍ରାହକ ବାରଗର୍ଲଙ୍କ ଉପରକୁ ଟଙ୍କା ଫିଙ୍ଗି ପାରିବେ ନାହିଁ ।

* ବାରଗର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଅତି କମରେ ୫ଫୁଟର ଦୂରତା ରହିବ ।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଡ୍ୟାନ୍ସ ବାର ଚାଲୁଥିବା ଖବର ପାଇ ଗତ ଜୁଲାଇ ୨୬ ତାରିଖ ରାତିରେ ପୋଲିସ ଚଢ଼ାଉ କରିଥିଲେ । ସେଥିମଧ୍ୟରୁ ଅନେକ ବାରରେ ପୋଲିସର ବିନା ଅନୁମତିରେ ବେଆଇନ ଭାବେ ବାରଗାର୍ଲ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଏହି ବାରଗାର୍ଲ ମାନଙ୍କୁ ଓଡିଶା ବାହାରୁ ଅଣାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଚଢ଼ାଉ ସମୟରେ ୯୫ରୁ ଉର୍ଦ୍ଧ ବାରଗାର୍ଲଙ୍କୁ ପୋଲିସର ଉଦ୍ଧାର କରିଥଲା ।

Leave a comment