ମାଟ୍ରିକ ରେଜଲ୍ଟ ଖରାପ କରିଥିବା ୮୨ ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ଭାବେ ପ୍ରଥମ କରି ଦାୟିତ୍ୱ ସମ୍ଭାଳିଥିବା ସମୀର ଦାଶ ମାଟ୍ରିକ୍ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଚଳିତ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ବିଦ୍ୟାଳୟକୁ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ବୋର୍ଡ କାର୍ଯ୍ୟାଳୟ ଗସ୍ତ ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଫଳାଫଳ ଶୂୂନ ଥିବା ବିଦ୍ୟାଳୟକୁ ନିଜେ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ। ସ୍କୁଲ ର ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିବେ । ଏବଂ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି । ଏଥିସହ ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ପିଲାଙ୍କ ରୁଚିକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ସ୍ପୋକନ୍ ଇଂଲିଶ ସାମିଲ କରାଯିବାକୁ ଯୋଜନା ରହିଥିବା ମନ୍ତ୍ରୀ ଦାଶ କହିଛନ୍ତି ।