ରାତିରେ ନୋଟିସ୍, ସକାଳୁ ଉଚ୍ଛେଦ

ଝାରପଡ଼ା ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା

0

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡ଼ା ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଚଂଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତି ୯ଟାରେ ଘୋଷଣା କରି ସକାଳୁ ସକାଳୁ ଦୋକାନ ଭାଙ୍ଗିବା କାରଣରୁ ଦୋକାନୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

କିଛି ସମୟ ନଦେଇ ଦୋକାନ ଭାଙ୍ଗିବାକୁ ଖୁବ୍ ବିରୋଧ କରାଯାଇଛି । ଏନେଇ ସ୍ଥାନୀୟ ଲୋକମାନେ ପ୍ରତିକିୟା ଦେଇଛନ୍ତି ଯେ ସ୍ଥାନୀୟ ଅଚଂଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶ ଅଭିଯୋଗ ହୋଇଛି । ତେଣୁ ସ୍ଥିତି ଜଟିଳ ନହେବା ପାଇଁ ପୋଲିସ୍ ଫୋର୍ସ ମଧ୍ୟ ମୁତୟନ କରାଯିବା ସହ ଲୋକଙ୍କୁ ବୁଝାଶୁଝା କରାଯାଉଛି । ଲୋକ ଶୋଇଥିବା ଅବସ୍ଥାରେ ଭୋର ୪ଟାରୁ ଆସି ଦୋକାନ ଭଙ୍ଗା ଯାଇଛି । ଏପରିକି ଦୋକାନ ଭିତରେ ଥିବା ଅନେକ ଜିନିଷ ପତ୍ର ଭାଙ୍ଗିଯାଇଥିତବା କୁହାଯାଉଛି । ସୁଚନା ଅନୁସାରେ ଘଟଣାସ୍ଥଳରେ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି ।

Leave a comment