ରାଜଧାନୀ ରାଜରାସ୍ତାରେ ଟଙ୍କା ବିଡା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କ୍ୟାପିଟାଲ ଥାନା ଗଙ୍ଗନଗର ଛକରେ ୩ ବିଡା ୫୦୦ ଟଙ୍କିଆ ଟଙ୍କା ବଣ୍ଡଲ ପଡିଥିବା ଦେଖିବାକୁ ମିଳିଥିଲା। ସେ ଟଙ୍କା କାହାର ଏଯାଏଁ ସୂଚନା ମିଳିନାହିଁ । କିଏ ପକେଇଛି ଏ ପର୍ଯ୍ୟନ୍ତ ସେ କଥା ଜଣା ପଡ଼ିନାହିଁ। କ୍ୟାପିଟାଲ ଥାନା ପୋଲିସ ଟଙ୍କା ଗୁଡିକୁ ଥାନାକୁ ନେଇଛି । ଉପଯୁକ୍ତ ପ୍ରମାଣ ଦେବା ପରେ ମାଲିକ ଙ୍କୁ ଟଙ୍କା ହସ୍ତାନ୍ତର କରାଯିବ ।ପୋଲିସ ଉପସ୍ଥିତି ରେ ଟଙ୍କା ଗଣା ଯାଇଛି । ସମସ୍ତ ନୋଟ ଅସଲି ବୋଲି ଜଣାପଡିଛି । ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏହି ଟଙ୍କା ଜଣେ ବାଇକ ଚାଳକଙ୍କର । କିଛି ସମୟ ପୂର୍ବରୁ ସେହି ବାଇକଟି ଦୁର୍ଘଟଣା ଗସ୍ତ ହୋଇଥିଲା । ତାଙ୍କରି ଟଙ୍କା ରାସ୍ତାରେ ପଡ଼ିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।