ଏକାଠି ରହିବେନି ୭ରୁ ଅଧିକ ଲୋକ, ଅନେକ ସ୍ଥାନରେ ସରକାରୀ ନିୟମକୁ ଫୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦିନକୁ ଦିନ କଠୋର ନିଷ୍ପତ୍ତି ନେଉଛନ୍ତି ରାଜ୍ୟ ସରକାର । କରୋନା ଭୟାବହତାକୁ ଦୃଷ୍ଟି ରେ ରଖି ଆଜି ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମ ଅନୁସାରେ ଏକ ସାଙ୍ଗରେ ରହିପରିବେନି ୭ରୁ ଅଧିକ ଲୋକ । ଏଣିକି ସର୍ବସାଧାରଣ ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ କଟକଣା ଲଗାଇଯାଇଛି । ନିୟମକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ କରୋନା ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ମାତ୍ର ଏହି ନିୟମକୁ କିଛି ସଂସ୍ଥା ଫୁ କରିଦେଇଛନ୍ତି । କିଛି ଛକରେ ମାଗଣାରେ ମାସ୍କ ବାଣ୍ଟିବା ବାହାନାରେ ଜମା ହେଉଛନ୍ତି ଶହ ଶହ ଲୋକ । ଏହାକୁ ଦେଖି ପୋଲିସ ଚୁପ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେହିପରି ବାର, କଫି ସପ, ରେଷ୍ଟୁରାଣ୍ଟ ଓ କ୍ୟାଟିଂନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅତ୍ୟାବଶ୍ୟକୀୟ ଜିନିଷକୁ ଛାଡିଲେ ଅନ୍ୟ ସମସ୍ତ ଦୋକନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦିଆଯାଇଛି । ମାଛ, ମାଂସ ସମେତ ସମସ୍ତ ଖାଦ୍ୟ ସାମଗ୍ରୀ ଜିନିଷ ବିକ୍ରି କରାଯାଇପାରିବ । ହେଲେ ସୌଖିନ ଜିନିଷ ବିକ୍ରି ଉପରେ ସରକାର କଟକଣା ଲଗାଇଛନ୍ତି । ଏଥିସହିତ ଅଟୋ ଓ ଟ୍ୟାକ୍ସି ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ଅପରପକ୍ଷରେ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ରେ ପରୀକ୍ଷା ବାତିଲ କରିଥିବା ସତ୍ତ୍ୱେ ଆଜି ବିଜୁ ପଟ୍ଟନାୟକ କଲେଜ ଓ ସଙ୍ଗୀତ ମହାବିଦ୍ୟାଳୟ ରେ ଆଜି ପରୀକ୍ଷା ହୋଇଥିବା ସୂଚନା ମିଳିଛି । ଗୋଟେ ପଟେ ସରକାର କରୋନା ସଂକ୍ରମଣ ରୋକିବାକୁ ଅନେକ ନିୟମ ଲାଗୁ କରୁଥିବା ବେଳେ ଖୁଲମ ଖୁଲା ଏହି ନିୟମର ଅବମାନନା ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି ।

Leave a comment