ନୋବେଲ ପୁରସ୍କାର ୨୦୨୩; ପଦାର୍ଥ ବିଜ୍ଞାନରେ ଏହି ୩ ଜଣ ପାଇବେ ପୁରସ୍କାର

0

ଘୋଷଣା ହେଲା ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ। ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପାଏରୋ ଅଗୋସ୍ତିନି, ଫେରେନ୍ସ କ୍ରଜ, ଆନୀ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପୁରସ୍କାର। ଇଲେକ୍ଟ୍ରୋନ୍ ଡାଇନାମିକ୍ସ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ତାଙ୍କୁ ଏହି ନୋବେଲ୍ ଦିଆଯିବ।

୨୦୨୨ ବର୍ଷ ପାଇଁ ମିଳିତ ଭାବେ ତିନି ଜଣଙ୍କୁ ନୋବେଲ୍ ମିଳିଥିଲା। ଆଲେନ୍ ଆସପେକ୍ଟ(Alain Aspect), ଜନ୍ କ୍ଲଜର(John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍‌(Anton Zeilinger) ନୋବେଲ ମିଳିଥିଲା। ଏମାନେ କ୍ୱାଣ୍ଟମ୍ ସ୍ଥିତିକୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ। ଯେଉଁଥିରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ବି ଗୋଟିଏ ୟୁନିଟ୍ ପରି ଆଚରଣ କରୁଥିଲେ।

ଏହି ପରୀକ୍ଷଣ ନୂତନ ଟେକ୍ନୋଲୋଜି ଉଦ୍ଭାବନ କ୍ଷେତ୍ରରେ ସହାୟକ ପୂର୍ଣ୍ଣ ଦର୍ଶାଇ ସେମାନଙ୍କୁ ନୋବେଲ ଦେଇଥିଲା ନୋବେଲ ଆସେମ୍ୱଲି।

Leave a comment