ନର୍ଗିସ ମହମ୍ମାଦଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନର୍ଗିସ ମହମ୍ମାଦଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଇରାନର ୫୧ ବର୍ଷିୟା ମହିଳା ହେଲେ ନର୍ଗିସ ମହମ୍ମଦି । ନର୍ଗିସ ମହମ୍ମଦି ମହିଳା ଅଧିକାର ପାଇଁ କାମ କରନ୍ତି । ମହିଳା ଅଧିକାର ଓ ମାନବଧିକାର ପାଇଁ କାମ କରନ୍ତି ନର୍ଗିସ । ୨୦୨୩ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇସାରିଛି। ଇରାନର ୫୧ ବର୍ଷୀୟା ମାନବଧିକାର କର୍ମୀ ନର୍ଗେସ ମହମ୍ମଦିଙ୍କୁ ମିଳିଛି ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର।
ତାଙ୍କୁ ଏହି ପୁରସ୍କାର ଇରାନରେ ମହିଳାଙ୍କ ଉତ୍ପୀଡନକୁ ବିରୋଧ କରିବା ସହ ସାରାବିଶ୍ବରେ ମାନାବାଧିକାର ସୁରକ୍ଷା ଓ ସ୍ବାଧୀନତା କାର୍ୟ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଛି। ସେ୧୩ ଥର ଗିରଫ ହୋଇଥିବା ବେଳେ ଏବେ ବି ଜେଲ୍ରେ ଅଛନ୍ତି
ନର୍ଗିସ ମହମ୍ମଦି ଇରାନୀ ମାନବାଧିକାରକର୍ମୀ ଓ ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟସ ସେଣ୍ଟରର ଉପାଧ୍ୟକ୍ଷ ଅଛନ୍ତି। ସେ ଇରାନର ଡେଥ୍ ପେନାଲ୍ଟିକୁ ଶେଷ କରିବା ଓ କଏଦୀଙ୍କ ମାନବାଧିକାର ସୁରପଧା ପାଇଁ ଓକିଲ ଥିଲେ। ମହମ୍ମଦିଙ୍କୁ ନିଜ ମାନବାଧିକାର କାର୍ୟ୍ୟ କାରଣରୁ ବହୁବାର ଜେଲ୍ ଯିବାକୁ ପଡିଛି।