କେନ୍ଦ୍ରରେ କୋୖଣସି ଜାତୀୟ ଦଳକୁ ବହୁମତ ମିଳିବନି: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ); ସମ୍ଭଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ଏହି ସଭାରେ ଯୋଗଦେଇ ନବୀନ ବିଜେଡି ବିଧାୟକ ଓ ଏମପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା, କାଳିଆ ଯୋଜନାର ସଫଳତା କଥା କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ।
ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦର୍ଶନ ମିଳୁ ନଥିଲା ବେଳେ ନିର୍ବାଚନ ବେଳେ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି ।

ଗତ ସାଧାରଣ ନିର୍ବାଚନରେ ବିଜେପି ଧାନର ଏମଏସପି ବୃଦ୍ଧି କରିବାକୁ କହିଥିଲା ବେଳେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଏହି ସୁବିଧା କାହିଁକି ମିଳିନି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । ସାଢେ ୪କୋଟି ଓଡିଶାବାସୀ ମୋର ପରିବାର । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରିବି ବୋଲି ନବୀନ କହିଛନ୍ତି । ସେହିପରି କେନ୍ଦ୍ରରେ କୋୖଣସି ଜାତୀୟ ଦଳକୁ ବହୁମତ ମିଳିବନାହିଁ ବୋଲି ନବୀନ କହିଛନ୍ତି । ‌

Leave a comment