ଆଉ ବଦଳ ହୋଇପାରିବନି ଶିଶୁ, ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ୍

0

ଆଉ ବଦଳ ହୋଇପାରିବନି ଶିଶୁ । ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ୍ । ଜନ୍ମ ହେବା ମାତ୍ରେ ରଖାଯିବ ଫୁଟ ପ୍ରିଣ୍ଟ । କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୁଅ କିମ୍ବା ଝିଅ ହୋଇଛି ସେ ନେଇ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ ଆଟେଣ୍ଡାଣ୍ଟ ।

ଫଳରେ ଆଉ ଭୁଲ ମେସେଜ ଯିବ ନାହିଁ । କେବଳ ସେତିକି ନୁହେଁ ଲେବର ରୁମରେ ଛୁଆ ଜନ୍ମ ପରେ ପ୍ରଥମେ ମାଆକୁ କୁହାଯାଏ, ଏହାପରେ ଖାତାରେ ମଧ୍ୟ ଉଲ୍ଲେଖ କରାଯାଏ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଏହାସହ ସେ କହିଛନ୍ତି ଯେ ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ । କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ନେଇ ଅଭିଯୋଗ ଆସିଥିଲା । ଏହାପରେ ଊଘଇ ଟେଷ୍ଟ କରାଯିବା ପରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା । ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଜଣେ ବ୍ୟକ୍ତିଙ୍କ ଯୋଗୁ ହସ୍ପିଟାଲ ବଦନାମ ହେଲା,ପୋଲିସଠୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା ।

Leave a comment