ଏଣିକି ରାଜଧାନୀରେ ଲାଗିପାରିବନି ବେଆଇନ ପୋଷ୍ଟର, ବ୍ୟାନର
ଏଣିକି ରାଜଧାନୀ ଭୁବନେଶ୍ୱରରେ କୌଣସି ବେଆଇନ ପୋଷ୍ଟର, ବ୍ୟାନର ଲଗାଯାଇ ପାରିବ ନାହିଁ । ବିଶେଷ କରି ଗଛ, ଖୁଣ୍ଟ ଓ କୌଣସି କାନ୍ଥରେ ପୋଷ୍ଟର ନ ଲାଗିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି କ୍ରମରେ ନିକଟରେ ରାଜଧାନୀର ଏକ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରି ସାରିଛି ।
ଏକ ବିଦ୍ୟୁତ ଖୁଣ୍ଟରେ ଉକ୍ତ କୋଚିଂ ସେଣ୍ଟରର ଏକ କଟଆଉଟ୍ ଲାଗିଥିଲା । ଏହି ବେଆଇନ ବିଜ୍ଞାପନ ସହରର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିବା କାରଣ ଦର୍ଶାଇ ତାହାକୁ ସିଲ୍ କରାଯାଇଛି । ତେବେ ଆଗାମୀ ଦିନରେ ଏହି ଅଭିଯାନକୁ ବିଏମସି ପକ୍ଷରୁ ଜୋରଦାର କରାଯିବ ବୋଲି ଜଣାପଡ଼ିଛି । ସେହିପରି ରାସ୍ତା କିମ୍ବା ଫୁଟପାଥର ସାଇନ ବୋର୍ଡ ମଧ୍ୟ ଲାଗିପାରିବ ନାହିଁ ।