ଚିଟଫଣ୍ଡ ଜମାକାରୀଙ୍କୁ ମିଳିବନି କ୍ଷତିପୂରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିଟଫଣ୍ଡ କମ୍ପାନୀଗୁଡିକ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ପ୍ରାୟ ୩୦ହଜାର କୋଟି ଟଙ୍କା ଠକି ନେଇଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । ଏହା ପରେ ନିଜ କଷ୍ଟ ଅର୍ଜିତ ଟଙ୍କା ଫେରିପାଇବାକୁ ଆଶା ବାନ୍ଧିଥିଲେ ଜମାକାରୀ । ହେଲେ ସେମାନଙ୍କ ଏହି ଆଶା ଧୂଳିସାତ ହୋଇଯାଇଛି । ଚିଟଫଣ୍ଡ ଜମାକାରୀଙ୍କୁ କୌଣସି କ୍ଷତିପୂରଣ ମିଳିବ ନାହିଁ ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସୂଚନା ଅନୁଯାୟୀ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, କେବଳ ୧୦ହଜାର ଟଙ୍କାରୁ କମ୍ ଜମା କରିଥିବା ଜମାକାରୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ସରକାର ଗଠନ କରିଥିବା ୩୦୦କୋଟି ଟଙ୍କାର କର୍ପସ ପାଣ୍ଠିରୁ କ୍ଷତିପୂରଣ ପ୍ରଦାନ କରାଯିବ । ତଦୁର୍ଦ୍ଧ୍ବ ଟଙ୍କା ଜମା କରିଥିବା ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଚିଟଫଣ୍ଡ ତଦନ୍ତକାରୀ କମିଶନ ଜଷ୍ଟିସ ମଦନମୋହନ ଦାସଙ୍କୁ ଦିଆଯାଇଥିବା ଟର୍ମ ଅଫ ରେଫରେନ୍ସରେ ମଧ୍ୟ ୧୦ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କ ଚିହ୍ନଟ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Leave a comment