ଲେଟ ନାଇଟ ଯାଏଁ ମଦ ବିକ୍ରି ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ରାତି ସାଢେ ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରିକୁ ନେଇ ସରକାର ନେଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ସୋମବାର ନିଷ୍ପତ୍ତି ବଦଳାଇ ଦେଇଛନ୍ତି । ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଅନ୍‌ସପରେ ରାତି ୧.୩୦ଯାଏଁ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତୃଟି ଥିଲା । ରାତି ୧.୩୦ ଯାଏଁ କେବଳ ବାର ଓ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେବ । ଏନେଇ ସରକାର ପୁନଃବିଚାର କରିବେ । ଯେହେତୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ଖେଳାଳି ଆସୁଛନ୍ତି ସେଥିପାଇଁ ଗୋଟିଏ ମାସ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସୋମବାର ଅବକାରୀ ମନ୍ତ୍ରୀ ବେହେରାଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Leave a comment