ଓଡ଼ିଶାରେ ବର୍ଷା କଲା ଧର୍ମଘଟ ଫିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା । ଏହାର ମୁଖ୍ୟ ଉଦେଶ୍ୟ ଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନ କୁ ପ୍ରତ୍ୟାହାର କରିବା । ଏହି ଧର୍ମଘଟ କୁ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ଓ ନିଖିଳ ଓଡ଼ିଶା ଟାକ୍ସି-ଅଟୋ ମହାସଂଘ ସମର୍ଥନ କରୁଥିବାରୁ ମାଲ ପରିବହନ ଓ କେତେକ ସ୍ଥାନରେ ଯାତ୍ରୀ ପରିବହନ ସେବା ରେ ବଧାସୃଷ୍ଟି ହୋଇଥିଲା । କିନ୍ତୁ ଏହି ଧର୍ମଘଟ ରୁ ଜରୁରୀ କାଳୀନ ସେବା ଗାଡ଼ି ଗୁଡ଼ିକୁ ବାଦ ଦିଆଯାଇଥିଲା । ସେହିପରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇନଥିଲା । ଆନ୍ଦୋଳନକାରୀ ମନେ କିଛି ସ୍ଥାନରେ ଜୋର ଜବରଦସ୍ତ ଗାଡି ଅଟକାଉଥିବା ଦେଖିବାକୁ ମିଳିଥିଲା । ତେବେ ଓଡ଼ିଶାରେ ଧର୍ମଘଟ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା । ଭୁବନେଶ୍ୱର ରେ ମଧ୍ଯ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା ।
ଅପରପକ୍ଷରେ, ଧର୍ମଘଟ କୁ ଦୃଷ୍ଟିରେ ରଖି ଶିକ୍ଷକଙ୍କ ପାଇଁ ଆଜି ହେବାକୁ ଥିବା ପ୍ରବେଶିକା ପରୀକ୍ଷାକୁ ଆସନ୍ତା ୧୬କୁ ଘୁଞ୍ଚାଇ ଦିଆଯାଇଛି । କାଲିଠାରୁ ୧୪ ଯାଏଁ ହେବାକୁ ଥିବା ଅନ୍ୟ ସମସ୍ତ ପରୀକ୍ଷା ରେ କୌଣସି ପରିବର୍ତ୍ତନ ହୋଇନଥିବା ସୂଚନା ଦିଆଯାଇଛି ।