କରୋନା ଟିକାରେ ସୁସ୍ଥ ହେବା ଗ୍ୟାରେଣ୍ଟି ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଟିକାରେ ସୁସ୍ଥ ହେବା ଗ୍ୟାରେଣ୍ଟି ନାହିଁ ଏପରି ମନ୍ତବ୍ୟ ରଖିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ । ଗତକାଲି ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ ଏହା କହିଛନ୍ତି ।

ଡବ୍ଲୁଏଚଓର ମୁଖ୍ୟ ଟେଡ୍ରୋସ ଅଧାନୋମ କହିଛନ୍ତି, କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ପ୍ରାୟ ୨୦୦ ଭାକସିନ ବିକଶିତ କରାଯାଉଛି । ଏହି ଟିକା ବର୍ତମାନ ପ୍ରିକ୍ଲିନିକାଲ ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ତେଣୁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ଯେ କରୋନା ମହାମାରୀ ପାଇଁ ବିକଶିତ କରାଯାଉଥିବା ଟିକାରୁ କିଛି କାମ କରିବ କି ନାହିଁ। ଯଦି ଅଧିକରୁ ଅଧିକ ସ୍ବେଚ୍ଛାସେବୀଙ୍କ ଉପରେ ଏହାକୁ ପରୀକ୍ଷା କରାଗଲେ ହୁଏତ ଏହା ଅଧିକ ପ୍ରଭାବି ହୋଇପାରେ । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, କୋଭାକ୍ସ ସୁବିଧା ମହାମାରୀକୁ ନିୟନ୍ତ୍ରଣରେ ଆଣିବ, ଜୀବନ ରକ୍ଷା କରିବ ଓ ଆର୍ଥିକ ସୁଧାରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ ଓ ସୁନିଶ୍ଚିତ କରିବ। ଏହା ସହ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ କରୋନା ଭାକସିନ ଦିଗରେ ମିଶିକି କାମ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

Leave a comment