ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ, ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢିଲେ ଭଲ ପ୍ରଦର୍ଶନ କରିବ: ପୃଥ୍ୱୀରାଜ ହରିଚନ୍ଦନ

ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ବଡ ବୟାନ ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ନେତୃତ୍ୱ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢିଲେ ଭଲ ପ୍ରଦର୍ଶନ କରିବ ।
ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହାକୁ ମାନି ଆଗକୁ ବଢିବ ଦଳ । ବିଜେପି ଏକା ଲଢିବାର ବହୁତ ସମ୍ଭାବନା ଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ମେଣ୍ଟ କେବଳ କପଳ୍ପୋକଳ୍ପିତ ବୋଲି କହିଛନ୍ତି ପୃଥ୍ୱୀରାଜ । ଆସନ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ମେଣ୍ଟ ନେଇ ସସପେନ୍ସ ଲାଗି ରହିଛି ।
ଉଭୟ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଅଙ୍କ ଛିଣ୍ଡୁନି । ଏହି ୨ ଆସନ ବିଜେଡି ରଖିବାକୁ ଚାହୁଁଛି । ବିଜେପି ୧୦୦ରୁ ଅଧିକ ଆସନ ବିଜେଡିକୁ ଛାଡିବାକୁ ଚାହୁଁନି । ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।