ପୋଲ ନାହିଁ ତ ଭୋଟ୍ ନାହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରୁଛି । ଦଳୀୟ ନେତା ଓ କର୍ମୀ ଖୁବ ଜୋସ ର ସହିତ ନିଜ ନିଜ ପ୍ରାର୍ଥୀ ଜିତିବା ପାଇଁ ପୁରା ଦମ ଲଗାଇ ଦେଇଛନ୍ତି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଦେବାନବାହାଳୀ ପଞ୍ଚାୟତ ଶିରିଆପାଳ ଗ୍ରାମବାସୀ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି । କହିଛନ୍ତି ପୋଲ ନାହିଁ ତ ଭୋଟ ନାହିଁ ।

ସେମାନଙ୍କ ଅଭିଯୋଗ ମୁତାବକ, ଗାଁରେ ପୋଲ ତିଆରି କରିବା ପାଇଁ ସରକାରୀ ଅଧିକାରୀମାନେ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହା ପାଣିର ଗାରରେ ପରିଣତ ହେଉଛି । ତେଣୁ ଗାଁକୁ ପୋଲ ତିଆରି ନହେଲେ ଭୋଟ୍ ଦେବେ ନାହିଁ । ଦେବାନବାହାଳୀ ପଞ୍ଚାୟତର ଶିରିଆପାଳ ଗ୍ରାମରେ ୬୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଛନ୍ତି। ଗାଁ ନିକଟ ଶରତ ଅଞ୍ଚଳରେ ଡାକ୍ତରଖାନା ଠାରୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ଥିବାରୁ ଲୋକମାନେ ସୋନ୍ ନଦୀ ପାର୍ ହୋଇ ଏଠାକୁ ଯା ଆସ କରୁଛନ୍ତି। ବର୍ଷା ଦିନ ହେଲେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଦୀ ଉପରେ ଏକ ପୋଲ ତିଆରି କରିବା ପାଇଁ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାରୀ ବାବୁମାନେ ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି । କେବଳ ନିର୍ବାଚନ ସମୟ ଆସିଲେ ନେତାମାନେ ମାଳମାଳ ପ୍ରତିଶୃତି ଦେଉଛନ୍ତି। ହେଲେ ନିର୍ବାଚନ ସରିବା ପରେ ସବୁ ପ୍ରତିଶ୍ରୁତି ପାଣି ଫୋଟକା ପାଲଟୁଛି। ତେଣୁ ଏବେ ପୁଣି ଥରେ ନିର୍ବାଚନ ସମୟ ଆସିଥିବାରୁ ଶିରିଆପାଳ ଗ୍ରାମବାସୀମାନେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି।

Leave a comment

You cannot copy content of this page