ଆସନ୍ତାକାଲି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର; ତେଜସ୍ୱୀ ହେବେ ଉପମୁଖ୍ୟମନ୍ତ୍ରୀ
ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ଅପରାହ୍ନରେ ବିଜେପି ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା RJD ସୁପ୍ରିମୋ ନୀତିଶ କୁମାର ଆସନ୍ତାକାଲି ଅପରାହ୍ନରେ ମହାମେଣ୍ଟ ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଆସନ୍ତାକାଲି ଅପରାହ୍ନ ୨ଟାରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ରାଷ୍ଟ୍ରୀୟ ଜନତା ଦଳ ଟ୍ବିଟ କରି ସୂଚନା ଦେଇଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ RJD ନେତା ତେଜସ୍ବୀ ଯାଦବ ଶପଥ ଗ୍ରହଣ କରିବେ । ଅନ୍ୟମନ୍ତ୍ରୀ ମାନେ ପରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛ । ଆଜି ନାଟକୀୟ ଢଙ୍ଗରେ ନିତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ତାଙ୍କୁ ୭ ଦଳକୁ ନେଇ ଗଠିତ ମହାମେଣ୍ଟର ନେତା ଭାବେ ନିର୍ବାଚିତ କରାଯାଇଥିଲା । ମହାମଣ୍ଟର ୧୬୪ ବିଧାୟକଙ୍କ ସମର୍ଥନପତ୍ର ନେଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଜଣାଇଥିଲେ ନୀତିଶ ।
ତେବେ ରାଜଭବନ ପକ୍ଷରୁ ଆସନ୍ତାକାଲି ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ୨୦୧୭ ରେ ମହାମେଣ୍ଟରୁ ଓହରି ବିଜେପି ସମର୍ଥନରେ ସରକାର କରିଥିବା ନୀତିଶ ପୁଣି ଥରେ ମହାମେଣ୍ଟ ସହ ଯୋଡି ହୋଇ କ୍ଷମତା ବଜାୟ ରଖିବାକୁ ଯାଉଛନ୍ତି । ଅନ୍ୟପଟେ ନୀତିଶଙ୍କ ଏହି ନିଷ୍ପତ୍ତିକୁ ବିଶ୍ବାସଘାତକତା ବୋଲି କହିଛି ବିଜେପି ।