ଇସ୍ତଫା ଦେଲେ ନୀତିଶ କୁମାର

0

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହ୍ବାନଙ୍କୁ ଦେଲେ ଇସ୍ତଫା ପତ୍ର । ଏଥିସହ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ନୀତିଶ।

ସେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ରହିଛି। ଇସ୍ତଫା ଦେବା ପରେ ନୀତିଶ କୁମାର କହିଛନ୍ତି ଯେ, ସମସ୍ତେ ଚାହୁଁଥିଲେ ଯେ ବିଜେପିଠାରୁ ଅଲଗା ହୋଇଯିବା ଦରକାର। ବିଧାୟକ ଓ ସାଂସଦମାନଙ୍କ ସହମତି ପରେ ସେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

Leave a comment