ମଦ ପିଇ ଧରା ପଡିଲେ ଚାକିରିରୁ ବହିଷ୍କୃତ ହେବେ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରରେ ଯଦି କୌଣସି ବି ପୋଲିସକର୍ମୀ ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ସ୍ପଷ୍ଟ କରିଛନ୍ତି। ସମସ୍ତ ଚୌକିଦାରଙ୍କୁ ସ୍ଥାନୀୟସ୍ତରରେ ତ୍ରୁଟି କଲେ ସେମାନଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମଦ ଉପରେ ପ୍ରତିବନ୍ଧକ ଲାଗିବା ପରେ ମଦ ବ୍ୟବସାୟ କରୁଥିବା ଲୋକେ କଣ କାମ କରୁଛନ୍ତି ତା ଉପରେ ବିଷୟରେ ସୂଚନା ଏକତ୍ର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରୀ ଯୋଜନାର ଲାଭ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟ ସୁନିଶ୍ଚିତ କରାଯାଉ।

Leave a comment

You cannot copy content of this page