୧୩୨ କି.ମି. ରାଜପଥ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ଗଡ଼କରୀ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୨୩୪୫ କୋଟି ଟଙ୍କା ବିନିଯୋଗରେ ର୍ନିମାଣ ହେବାକୁ ଥିବା ୧୩୨ କିମିର ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏନଏଚ ୨୦୦/୨୩ (ନୂଆ ୫୩) କାମାକ୍ଷାନଗର – ତାଳଚେର ମଧ୍ୟରେ ୪ ଲେନ ବିଶିଷ୍ଟ ୪୧.୭୨ କିମି ରାଜପଥ ୭୯୫.୧୮ କୋଟି ଟଙ୍କାରେ ର୍ନିମାଣ କରାଯିବାକୁ ଯୋଜନା ରହିଛି । ଏନ୍‌ଏଚ୍‌ ୨୦୦(ନୂଆ ୫୩) କାମାକ୍ଷାନଗର-ଡୁବୁରୀ ସେକ୍ସନର (୪ ଲେନ ) ୫୧.୧ କିମି ରାଜପଥ ୭୬୧.୧୧ କୋଟି ଏବଂ ଡୁବୁରୀ-ଚଣ୍ଡିଖୋଲ ସେକ୍ସନ(୪ ଲେନ) ୭୮୯.୨୩ କୋଟି ବ୍ୟୟରେ ର୍ନିମାଣ ହେବ ବୋଲି ଜଣାପଡ଼ିଛି । ସଡ଼କ ନିରାପତ୍ତା ତଥା ଯାତ୍ରୀ ଭିଡ଼କୁ କମାଇବା ଲାଗି ଏଭଳି ପଦକ୍ଷେପ ସହାୟକ ହେବ । ରାଜ୍ୟରେ ଶିଳ୍ପ ହେଲେ ବେକାରୀ କମିବ । ଅଧିକ ପିଲା ନିଯୁକ୍ତି ପାଇବେ । ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ଗଡ଼କରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ଓ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ ।

Leave a comment