ବଜେଟ୍ ପୂର୍ବରୁ ହେଲା ହଲୱା ସେରିମନି

0

ଜୁଲାଇ ୨୩ରେ ଉପସ୍ଥାପନ ହେବାକୁ ଯାଉଛି ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୫ । ଏହି କ୍ରମରେ ମଙ୍ଗଳବାର ବଜେଟ୍ର ଏକ ପରମ୍ପରା ଭାବେ ହାଲ୍ୱା ସେରିମନି ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ବଜେଟ୍ ପୂର୍ବରୁ ଏହା ଆୟୋଜିତ ହୋଇଥାଏ । ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହଲୱାରେ ସଭିଙ୍କ ପାଟିମିଠା କରିଥାନ୍ତି ।

ମଙ୍ଗଳବାର କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକ୍ ରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ବଜେଟ୍ ପ୍ରସ୍ତୁତିରେ ସାମିଲ ଅଧିକାରୀ ଏବଂ କର୍ମଚାରୀମାନେ ବି ଏଥିରେ ଥିଲେ ।

ଏ ଉତ୍ସବକୁ ‘ଲକ୍-ଇନ୍’ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆୟୋଜନ କରାଯାଇଥାଏ । ଏହା ଦର୍ଶାଇଥାଏ ଯେ, ବଜେଟ୍ ପ୍ରସ୍ତୁତ ହୋଇଯାଇଛି ଏବଂ ସମସ୍ତ ଦସ୍ତାବିଜ୍ର ଛପା ଆରମ୍ଭ ହେବ । ବଜେଟ୍ ଉପସ୍ଥାପନ ହେବା ଯାଏ ଏଥିରେ ସଂପୃକ୍ତ କର୍ମଚାରୀମାନେ ବାହାର ଦୁନିଆଠାରୁ ଅଲଗା ହୋଇ ନର୍ଥ ବ୍ଲକ୍ରେ ଆବଦ୍ଧ ରୁହନ୍ତି ।

Leave a comment