ନିର୍ଭୟା ଗଣ ବଳାତ୍କାର ଅଭିଯୁକ୍ତଙ୍କ ଫାଶି ଦଣ୍ଡାଦେଶ କାଏମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୨ ଡିସେମ୍ବରରେ ର୍ନିଭୟା ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବ ରାୟକୁ କାଏମ ରଖିବା ସହ ଅଭିଯୁକ୍ତ ବିନୟ ଶର୍ମା, ପୱନ ଗୁପ୍ତା ଓ ମୁକେଶ ସିଂହଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି ଖଣ୍ଡପୀଠ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍ ଭାନୁମତି, ଓ ଆଶୋକ ଭୂଷଣଙ୍କ ବେଂଚ ୩ ଜଣ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଆବେଦନର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ମାମଲାର ପୁନର୍ବିଚାର ପାଇଁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଦୋଷୀଙ୍କ ରିଭ୍ୟୁ ପିଟିସନକୁ କୋର୍ଟ ଖାରଜ କରିଦେବା ସହିତ ମାମଲାର ପୁନର୍ବିଚାର କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି।
୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଏକ ଚଳନ୍ତା ବସ୍ରେ ଜଣେ ଛାତ୍ରୀଙ୍କୁ ୬ ଜଣ ଗଣ ବଳାତ୍କାର କରିଥିଲେ। ଡିସେମ୍ବର ୨୯ ତାରିଖରେ ପିଡ଼ିତା ଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ମୋଟ ୬ ଜଣ ଙ୍କୁ ଦୋଷୀ ଦଣ୍ଡାଦେଶ ଦେଇଥିଲେ।