ସାଂଘାତିକ ଅଭିଯୋଗ ଆଣିଲେ ନିରଞ୍ଜନ, ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିତଲି ବାତ୍ୟା ଓ ବନ୍ୟାରେ ୧୬ଟି ଜିଲ୍ଲାର ପ୍ରାୟ ୬୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଯାବତ ପ୍ରାୟ ୩୦ରୁ ଅଧିକ ମୃତ୍ୟୁବରଣ କରିଥିବାର ଖବର ଆସିଛି । ଅଥଚ ରାଜ୍ୟ ସରକାର ଜିରୋ କାଜୁଆଲିଟ୍ର ମିଥ୍ୟା ପ୍ରଚାରରେ ବ୍ୟସ୍ତ । ଗଜପତି ଜିଲ୍ଲାର ରାୟଗଡ ବ୍ଲକର ବାରଘର ଗ୍ରାମରେ ପ୍ରବଳ ବାତ୍ୟା ଓ ବର୍ଷା ପ୍ରଭାବରେ ପାହାଡ ଧସିଯିବାରୁ ୧୮ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିବାର ସୂଚନା ଆସିଲା । ଇତିମଧ୍ୟରେ ୧୬ଜଣଙ୍କର ମୃତଦେହ ଉଦ୍ଧାର ସରିଗଲାଣି । ଏ ଘଟଣାକୁ ପ୍ରାୟ ୩ଦିନ ଧରି ରାଜ୍ୟ ପ୍ରଶାସନ ଲୁଚାଇ ରଖିଲେ । ମିଡିଆରେ ଖବର ଆସିବା ପରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଖବରକୁ ନଜାଣି କରିବାକୁ ପ୍ରଶାସନ ପକ୍ଷରୁ ଯେଭଳି ହୀନ ଉଦ୍ୟମ କରାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗଜପତି ଜିଲ୍ଲାର ୧୮ଜଣ ଆଦିବାସୀଙ୍କ ଜୀବନ ବଂଚାଇ ପାରିଥାନ୍ତା ଯଦି ପ୍ରଶାସନଜିରୋ କାଜୁଆଲିଟ୍ର ମିଥ୍ୟା ପ୍ରଚାର ଛାଡି ସଂପୃକ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥାନ୍ତା । ପ୍ରଶାସନିକ ଅପାରଗତା ଯୋଗୁଁ ଏତେ ସଂଖ୍ୟକ ଲୋକ ମୃତ୍ୟୁବରଣ କଲେ ବୋଲି ନବୀନଙ୍କୁ ସିଧାସଳଖ ଦାୟୀ କରିଛନ୍ତି ନିରଞ୍ଜନ । ସୋମବାର ଦିନ ପିସିସି ସଭାପତି ବାତ୍ୟା, ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ।

Leave a comment
<p>You cannot copy content of this page</p>