ବୈଜୟନ୍ତଙ୍କ ଘରେ ନିରଞ୍ଜନ,କଂଗ୍ରେସ ଭବନରେ ଦାମ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜନୀତିର ଗତି କୁଆଡେ ଦାମ ଓ ବିଜେଡି ଲଢେଇ, ବୈଜୟନ୍ତଙ୍କ ସହ ବିଜେଡି ର ଖଣ୍ଡ ଯୁଧ୍ୟ ବା କାହାକୁ ଅଛୁପା । ଏବେ ଏହାକୁ ନେଇ ରାଜନୀତି ମାହୋଲ ପୁରା ସରଗରମ ହୋଇଛି । ଆହୁରି ଏହି ରାଜନୈତିକ ମାହୋଲ କୁ ଖୋରାଗ ଯୋଗେଇଛନ୍ତି ଖୋଦ କଂଗ୍ରେସ (ପିସିସି) ମୁଖିୟା ନିରଞ୍ଜନ ପଟ୍ଟନାୟକ । ସୋମବାର ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଙ୍କୁ ବାସଭବନ ରେ ଭେଟି କି ଗୁପ୍ତମନ୍ତ୍ରଣା ଦେଲେ ଯେ ତାର ଠିକ ୨୪ ଘଣ୍ଟା ପରେ ପରେ କଂଗ୍ରେସସ ଭବନ ରେ ଦାମ ବାବୁ ଙ୍କୁ ଦେଖିବାକୁ ମିଳିଥିଲା । ଏବେ ଏହାକୁ ନେଇ ରାଜନୈତିକ ଦିଗ ପରିବର୍ତ୍ତନ ରେ ତିଳେ ହେଲେ ସନ୍ଧେହ ନାହିଁ । ଦାମ ଆଉ ବିଜେଡି କଳି ଏବେ ସର୍ବୋଚ୍ଚ ସିମା ରେ ପହଞ୍ଚିଛି । ଦାମ ପ୍ରତି ମୁହୂର୍ତ୍ତରେ ବିଜେଡି ନେତା ଓ ସରକାରଙ୍କୁ ଆକ୍ରମଣ କରି ଧରାସାଇ କରୁଛନ୍ତି । ଏଥିପାଇଁ ଦାମଙ୍କୁ ଦଳରୁ ବିଦା କରାଯାଇଥିଲା । ଦାମ ଦଳ ରୁ ବିଦା ହେବା ପରେ ସେ ଏକ ନୂତନ ଦଳ ଗଢିବେ ବୋଲି ବଡ ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।
କେତେକ ଏହାକୁ ସତ ବୋଲି ଭାବୁଥିବା ବେଳେ ଦାମ କଂଗ୍ରେସ ଭବନରେ ଓ ନିରଞ୍ଜନ ବୈଜୟନ୍ତଙ୍କ ଘରେ ରାଜନୀତିରେ ରେ ଏକ ନୂଆ ମୋଡ ଦେଖିବାକୁ ମିଳିଛି । କିନ୍ତୁ ଏହା ମିଥ୍ୟା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି । ଅନ୍ୟପଟେ ବିଜେଡି ରେ ବି ସମାନ ଦଶା । କାରଣ ବିଜେଡି ନେତା ମାନେ ଏବେ ଅନ୍ୟ ଦଳର ହେବିୱେଟ ନେତାଙ୍କୁ ଆଣି ନିଜ ଦଳରେ ସାମିଲ କରି ଦଳର ସୁପ୍ରିମୋଙ୍କ ପ୍ରିୟ ହୋଇ ନିଜ ଆସନ ହାତେଇବାରେ ଲାଗିପଡିଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ବିଜେଡି ଜଣେ ଜଣାଶୁଣା ନେତା କଂଗ୍ରେସର ବରିଷ୍ଠ ଟାଣୁଆ ନେତାଙ୍କ ଘରେ ପ୍ରାୟ ୨ ଘଣ୍ଟା ରୁଦ୍ଧଦ୍ବାର ବୈଠକ କରିଥିବାର ବରିଷ୍ଠ ବିଜେଡି ନେତାଙ୍କ ଶିବିରରେ ସମାଲୋଚନା ହେଉଛି । ଏହି ସବୁ ଗତିବିଧିକୁ ଦେଖି ରାଜନୈତିକ ବିଶେଷଜ୍ଞ ଙ୍କ ମତରେ ହେବକି ମହା ମିଶ୍ରଣ ? ଏକାଠି ହେବେ କି ନବୀନ ବିରୋଧୀ ?