ନିରଞ୍ଜନ, ମୋଦିଙ୍କୁ ପଚରିଲେ ୫ଟି ପ୍ରଶ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଗତ କିଛି ଦିନ ମଧ୍ୟରେ ମୋଦି ଲଗାତାର ଭାବେ ଓଡ଼ିଶା ଗ୍ରସ୍ତ କରୁଛନ୍ତି ସତ କିନ୍ତୁ ଓଡ଼ିଶାର ମିଶନ ୧୨୦ ଭୁଲିଗଲା ପରି ମନେ ହେଉଛି । ପୂର୍ବରୁ ରାଜ୍ୟସରକାର ଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ଆଉ କିଛି ସେପରି ଶୁଣିବାକୁ ମିଳୁନାହିଁ । ସତେ ଯେପରି ନିଜ ଆସନ ଚିନ୍ତା ତାଙ୍କ ମୁହଁ ବନ୍ଦ କରିଦେଇଛି । ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟ ଦ୍ଵନ୍ଦରେ । ପ୍ରଧାନମନ୍ତ୍ରୀ ଙ୍କ ବଲାଙ୍ଗୀର ଗ୍ରସ୍ତ କୁ ନେଇ ପିସିସି ସଭାପତି ନିରଞ୍ଜନ ପ୍ରଧାନମନ୍ତ୍ରୀ ଙ୍କୁ ୫ଟି ପ୍ରଶ୍ନ କରିଛନ୍ତି ।

୧) ୨୦୧୪ ନିର୍ବାଚନ ପୂର୍ବରୁ ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ.ଏସ.ପି ଲାଗୁ କରାଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଯାହାକି ଆଜିପର୍ଯ୍ୟନ୍ତ କାହିଁକି ଲାଗୁ କରାଗଲା ନାହିଁ ?

୨) ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟିକରିବାର ଆପଣ ପ୍ରତିଶ୍ରୁତି ଦେଇଥିଲେ । ଜଣଙ୍କୁ ହେଲେ ନିଯୁକ୍ତି ଦେଇଛନ୍ତି କି? ପଶ୍ଚିମ ଓଡ଼ିଶାରେ କେତେ ପୁଞ୍ଜି ନିବେଶ କରିଛନ୍ତି ଓ କେତୋଟି ପ୍ରକଳ୍ପ ସ୍ଥାପନ କରିଛନ୍ତି ?

୩) ରାଫେଲ ଯୁଦ୍ଧ ବିମାନ ନିର୍ମାଣ ଦାୟିତ୍ୱ କାହିଁକି ହାଲ୍‌କୁ ଦେଲେ ନାହିଁ କେନ୍ଦ୍ର ସରକାର? ଏହାଦ୍ୱାରା ଓଡ଼ିଶାର ଯୁବଗୋଷ୍ଠୀ ନିଯୁକ୍ତି ସୁଯୋଗ ହରାଇଲେନି କି?

୪) ରାଜୀବ ଗାନ୍ଧୀ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା କେବିକେ ପ୍ରକଳ୍ପ ଗୁଡ଼ିକ କାହିଁକି ବନ୍ଦ କରିଦେଲେ? ପଶ୍ଚିମ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଅନୁଦାନ କାହିଁକି ଦିଆଯାଉ ନାହିଁ? ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ୍ କାହିଁକି ଦିଆଯାଉନାହିଁ?

୫) ଚିଟ୍‌ଫଣ୍ଡ କେଳେଙ୍କାରୀ ତଦନ୍ତ କରୁଥିବା ସିବିଆଇ କାହିଁକି ଚୁପ୍ ବସିଛି? ଓଡ଼ିଶାର ଗରିବ ଲୋକଙ୍କଠାରୁ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ?

ବଲାଙ୍ଗୀର ରେଳ ଷ୍ଟେସନଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସାମ୍ବାଦିକ ସମ୍ବିଳନୀରେ ୫ଟି ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ସମ୍ବିଳନୀରେ ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave a comment