‘ବିଜେଡି’ରେ ଆଉ ବିଜୁଙ୍କ ଲୋକ ନଥିବାରୁ ଏହାର ନାଁ ବଦଳାଇବାକୁ ପରାମର୍ଶ ଦେଲେ – ନିରଞ୍ଜନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ ବିଜେଡି ଅନେକ ସମାଲୋଚିତ ହୋଇଛି ।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣା ଉପରେ ଟିପ୍ପଣୀ ଦେଇ କହିଛନ୍ତି ‘ବିଜେଡି’ ନିଜ ନାଁ ବଦଳାଇ ଦେଲେ ଭଲ ହୁଅନ୍ତା । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି କି,“୧୮ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ନାଁ ଧରି ବିଜେଡି ବଞ୍ଚିଛି । ସେ ଦଳରେ ଏବେ ଆଉ ବିଜୁ ବାବୁଙ୍କ ଅନୁଗାମୀ କେହି ନାହାନ୍ତି । ଏବେ ବିଜୁଙ୍କ ନାଁ ବଦଳାଇ ନବୀନ ରଖିଲେ ଭଲ ହେବ।”

ସେ ଆହୁରି କହିଛନ୍ତି, ‘ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସମବାୟ ବିଭାଗରେ ଦୁର୍ନୀତି ହୋଇଛି ବୋଲି ବିଧାନସଭାରେ ସ୍ୱୀକାର କରିଛନ୍ତି ନା ନାହିଁ? ସେହିପରି ପ୍ରଦୀପ ମହାରଥୀ କୃଷି ବିଭାଗରେ ଦୁର୍ନୀତି ହୋଇଛି ବୋଲି ମାନିଛନ୍ତି ନା ନାହିଁ? କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ଅସତ୍ୟ ଓ ହାସ୍ୟାସ୍ପଦ କହୁଛନ୍ତି । ଏହାର ଅର୍ଥ ହେଲା ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ଅଥବା ସେ ଘଣ୍ଟ ଘୋଡ଼ାଉଛନ୍ତି।’

ସେହିପରି ଗତକାଲି ବିଜେପି ନେତା ଜୟରାମୀ ପାଙ୍ଗୀ କହିଥିଲେ ଯେ ‘ବିଜେଡି’ ଆଉ ‘ବିଜେଡି’ ହୋଇ ରହିନାହିଁ। ଏହାକୁ ଏବେ ‘ପିଜେଡି’

Leave a comment