ଅଧର୍ଯ୍ୟ ନେତା କେବେ ଜନସେବା କରିପାରିବ ନାହିଁ: ନିରଞ୍ଜନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦୀପ ମାଝୀ ଦଳ ଛାଡିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ସେ ବିଜେଡିରେ ମିଶିଛନ୍ତି ବୋଲି ନିର଼ଞ୍ଜନ କହିଛନ୍ତି । ପ୍ରଦୀପ ରାଜନୀତିକୁ ବେପାରରେ ପରିଣତ କରିଛନ୍ତି । ତାଙ୍କର ଧର୍ଯ୍ୟ ନାହିଁ, ସେ ଅଧର୍ଯ୍ୟ ନେତା । ଅଧର୍ଯ୍ୟ ନେତା କେବେ ଜନସେବା କରିପାରବ ନାହିଁ । ସେ ଗଲା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଆହୁରି ମଜବୁତ୍ ହେବ ବୋଲି ନିରଞ୍ଜନ ଗଣମାଧ୍ୟମ ଆଗରେ କହିଛନ୍ତି ।

୩୦ ତାରିଖରେ କୋରାପୁଟ ଗସ୍ତ କରିବେ ନିରଞ୍ଜନ ପଟ୍ଟନାୟକ । ୩୧ ତାରିଖରେ ନବରଙ୍ଗପୁରରେ ହେବ ବିଶାଳ ସମାବେଶ । ସେଥିରେ ଯୋଗଦେବେ ପିସିସି ସଭାପତି । ପ୍ରଭାରୀ ଚେଲ୍ଲା କୁମାର ୩ ଦିନିଆ ଓଡିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ତାଙ୍କୁ ମଧ୍ୟ ସମାବେଶରେ ସାମିଲ ହେବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି । ଆଜି କୋଟପାଡରେ ସମାବେଶ ହେଉଛି । ଏହାପରେ ମାଲକାନଗିରିରେ କଂଗ୍ରେସ ସମାବେଶ ହେବ । କଂଗ୍ରେସରେ ପୁଣି ନୂଆ ଚେହେରା ତିଆରି ହେବେ। ପ୍ରଦୀପ ମାଝୀଙ୍କୁ କଂଗ୍ରେସ ଅନେକ ସମ୍ମାନ ଦେଇଛି । ତାଙ୍କୁ ଆଯୁଦ୍ଧ କରି ପ୍ରଦୀପ ମାଝୀ ରାଜନୀତି କରୁଛନ୍ତି । କଂଗ୍ରେସର ଘର ଅଛି, ଭାଙ୍ଗିନି, ଲୋକେ ଆସିବେ ଆଉ ଯିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Leave a comment