ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

0

ଅଲିମ୍ପିକ୍‌ ଚାମ୍ପିଅନ୍‌ ତଥା ଭାରତର ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଦୋହା ଡାଏମଣ୍ଡ୍‌ ଲିଗ୍‌ରେ ସ୍ୱର୍ଣ୍ଣ ପଦକ ସହ ସିଜନ ଆରମ୍ଭ କରିଛନ୍ତି । ସେ ନିଜର ପ୍ରଥମ ପ୍ରୟାସରେ ୮୮.୬୭ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ସ୍ୱର୍ଣ୍ଣ ପଦକ ପକ୍କା କରି ଦେଇଥିଲେ ।

ବିଶ୍ୱ ଚାମ୍ପିଅନ୍‌ ଗ୍ରେନାଡାର ଆଣ୍ଡରସନ୍‌ ପିଟର୍ସ, ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଜାକୁବ ଭାଲଡେଚ୍‌, ୟୁରୋପୀୟ ଚାମ୍ପିଅନ୍‌ ଜୁଲିଆନ୍‌ ୱେବର ଏବଂ ପୂର୍ବତନ ଅଲିମ୍ପିକ୍‌ ଚାମ୍ପିଅନ୍‌ କେସୋର୍ନ ୱାଲକଟ୍‌ଙ୍କ ଭଳି ଥ୍ରୋୟର ନୀରଜଙ୍କୁ ଅତିକ୍ରମ କରିବାରେ ବିଫଳ ହୋଇଥିଲେ ।

ନୀରଜଙ୍କ ପରବର୍ତ୍ତୀ ପ୍ରୟାସ ଯଥାକ୍ରମେ ୮୬.୦୪, ୮୫.୪୭, ୮୪.୩୭, ୮୬.୫୨ମିଟର ରହିଥିଲା । ଚତୁର୍ଥ ପ୍ରୟାସ ଫାଉଲ୍‌ ହୋଇଥିଲା । ଜାକୁବ ୮୮.୬୩ମିଟର ସହ ରୌପ୍ୟ ଏବଂ ପିଟରସନ୍‌ ୮୫.୮୮ମିଟର ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ ।

Leave a comment