୪୦ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ: ୯ମୃତ, ୪୬ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିମାଳଚ ପ୍ରଦେଶର କିଆରତ ନାଲ୍ଲାସ୍ଥିତ ସୋଲାନ-ଶିମଲା ସୀମା ନିକଟରେ ଏକ ଟୁରିଷ୍ଟ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୪୬ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 

ସୂଚନା ଅନୁଯାୟୀ, ଶିମଲାଠାରୁ ୧୬୮ କିମି ଦୂର ଖଦ୍ରି ନାମକ ଏକ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଚାଳକ ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ୪୦ ଫୁଟ ତଳକୁ ଜଲାଲ ନଦୀରେ ପଡିଥିଲା । ଫଳରେ ୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ୩ଜଣ ମହିଳାଙ୍କ ସମେତ ୪ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ହସ୍ପିଟାଲରେ ଅନ୍ୟ ୫ଜଣଙ୍କର ମୃତ୍ୟୁ ଘଟିଛି । ୪୬ଜଣ ଆହତଙ୍କୁ ସ୍ଥାନୀୟ ନାହାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ମୃତକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସ୍ଥାନୀୟ ଅଧିବାସୀ ବୋଲି କୁହାଯାଉଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଓ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଶିମଲା ଏସପି ଓମାପତି ଜମଓ୍ବାଲଙ୍କ ସୂଚନା ଦେଇଛନ୍ତି ।

Leave a comment