ଉଡିଗଲା ନୀଳଚକ୍ର ବାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ ଓଡ଼ିଶା ମୁହାଁ ହୋଇଥିବା ବେଳେ ପୁରୀ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ପବନ ଆରମ୍ଭ ହୋଇଯାଇଛି । ଏହା ଫଳରେ ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ୫ ହାତ ଲମ୍ବର ବାନା ଉଡ଼ି ଯାଇଛି । ପୁରୀରେ ବାତ୍ୟା ‘ଫୋନି’ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାତ୍ୟାରେ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡିଯିବା ଆଶଙ୍କା ଥିବାରୁ ବୁଧବାର ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା । ଏଥିସହ ଶ୍ରୀମନ୍ଦିର ନୀତିକାନ୍ତି ପ୍ରଭାବିତ ନ ହେବା ଲାଗି ନୀଳଚକ୍ରରେ ଅନ୍ୟ ବାନାକୁ ଗୁଡ଼ାଇ ରଖାଯାଇଛି‌ । ତେବେ ଉକ୍ତ ୫ହାତ ଲମ୍ବର ବାନା ଉଡିଯିବା ପରେ ନୀଳଚକ୍ରରେ ପୁଣି ବାନା ବନ୍ଧା ଯିବା ନେଇ ବ୍ୟବସ୍ଥା କରାଯାଉଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave a comment