ରାଜସ୍ଥାନର ୮ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜସ୍ଥାନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୮ଟି ଜିଲ୍ଲାରେ ସୋମବାର ଠାରୁ ନାଇଟ୍ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ଆଜମୀର୍, ଭିଲ୍ୱାରା, ଜୟପୁର, ଯୋଧପୁର, କୋଟା, ଉଦୟପୁର, ସାଗୱାଡ଼ା(ଡୁଙ୍ଗରପୁର) ଓ କୁଶଲଗଡ଼(ବଂଶୱାରା)। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଏହି ୮ଟି ଜିଲ୍ଲାରେ ମାର୍କେଟଗୁଡ଼ିକ ରାତି ୧୦ଟା ପରେ ବନ୍ଦ ରହିବ। ପ୍ରାଥମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ପର୍ଯ୍ୟଟକମାନଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଧରି ଆସିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେମାନେ ରାଜ୍ୟରେ ପ୍ରବେଶ କରିବା ସମୟରେ ଆରଟି-ପିସିଆର୍ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ତେବେ ୭୨ଘଣ୍ଟାରୁ ଅଧିକ ପୁରୁଣା ରିପୋର୍ଟ ଗ୍ରହଣୀୟ ହେବନାହିଁ।

Leave a comment