ନାଇଟ କୋଚ ବସ ଦୁର୍ଘଟଣାଗ୍ରସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ଗଙ୍ଗା ନାମକ ଏକ ନାଇଟ କୋଚ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ସୁନ୍ଦରଗଡ଼ର ବଣେଇର ଝିର୍ଡାପାଲି ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନ ଅନୁଯାୟୀ, ଗତକାଲି ରାତିରେ ଗଙ୍ଗା ନାମକ ଏକ ନାଇଟ କୋଚ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା । ସୁନ୍ଦରଗଡର ଟିକାୟତପାଲି ଥାନା ଅଧୀନସ୍ଥ ଝିର୍ଡାପାଲି ଠାରେ ବସର ଟାୟାର ଫାଟି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a comment