ନିଅଣ୍ଟିଆ ବର୍ଷା, ୭୯ ପ୍ରତିଶତ କମ୍ ବର୍ଷା ରେକର୍ଡ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଜୁନରେ ନିଅଣ୍ଟିଆ ବର୍ଷା । ଜୁନ ୧ରୁ ୧୨ ତାରିଖ ମଧ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୧୨ ଦିନରେ ୧୦.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ତୁଳନାରେ ୭୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

ଜୁନରେ ୩ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନଥିବା ସୂଚନା ମିଳିଛି । ଆଉ ୩ ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ଏନେଇ ରାଜ୍ୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଜୁନ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ତେବେ ଆସନ୍ତା ୧୭ ତାରିଖରେ ମୌସୁମୀ ଓଡିଶା ଛୁଇଁବ । ୧୭ରୁ ୨୧ ତାରିଖ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷା ହେବ । ଏନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

Leave a comment