ଜାମ୍ମୁ-କାଶ୍ମୀରର ୯ଟି ସ୍ଥାନରେ ଏନଆଇଏର ଚଢାଉ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆଇଏସ୍‌ଆଇଏସ୍‌ ଲିଙ୍କ ଟେରର୍‌ ଫଣ୍ଡି ମାମଲାରେ ଜମ୍ମୁ-କାଶ୍ମୀରର ୯ଟି ସ୍ଥାନରେ ଏନଆଇଏ ଆଜି ସକାଳୁ ଅଚାନକ ଚଢାଉ କରିଛି । ଆଇଏସଆଇଏସ ସହ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ୬ ଜଣଙ୍କୁ ଗିରଫ କରିଛି । ଅନନ୍ତନାଗର ଚାରୋଟି ସ୍ଥାନରୁ ୫ ଜଣ ଏବଂ ଶ୍ରୀନଗରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ୬ଜଣ ସନ୍ଧିଗ୍ଧ ବ୍ୟକ୍ତି ଆଫଗାନିସ୍ତାନ ଯିବାକୁ ଚେଷ୍ଟା କରୁଥିଲେ । ଦାରୁଲ ଉଲୁମ୍‌ ଇନ୍‌ଷ୍ଟିଚ୍ୟୁୁଟ୍‌ ଉପରେ ମଧ୍ୟ ଏନ୍‌ଆଇଏ ଚଢାଉ କରିଛି । ଏହା ସହ ଅନେକ ଡକ୍ୟୁମେଣ୍ଟ ଜବତ କରିଛି । ଦାରୁଲ ଉଲୁମ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଇଏସର ଟେରର୍‌ ମାଗାଜିନକୁ ଭିତ୍ତି କରି ଏହି ଚଢଉ କରାଯାଇଛି । ଏହି ଆତଙ୍କବାଦୀ ସଙ୍ଗଠନ ଆଇଏସର ଏହି ମାଗାଜିନରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ମାଳଦ୍ୱୀପ ବାବଦରେ ଉଲ୍ଲେଖ ରହିଛି । କୁହାଯାଉଛି ଯେ, ପୂର୍ବରୁ ଏହି ମାଗାଜିନ ଆଫଗାନିସ୍ଥାନରେ ଛପା ଯାଉଥିଲା । କିନ୍ତୁ ଏବେ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀରରେ ଏହା ଛପାଯାଉଛି ।

Leave a comment