ବର୍ଷା ବିତ୍ପାତ: ଧୋଇଗଲା ଏନଏଚ, ଭାସିଗଲା ଟ୍ରକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ବିଭିନ୍ନ ରାସ୍ତାରେ ୨ରୁ୩ ଫୁଟ ବର୍ଷା ପାଣି ଜମି ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେହିପରି ଜାତୀୟ ରାଜପଥ ୨୬ର କନ୍ତେଶୀରଠାରେ ବର୍ଷା ପାଣି ଆପ୍ରୋଚ ରୋଡକୁ ଧୋଇନେଇଥିବାରୁ ବଲାଙ୍ଗିର ଭବାନୀପାଟଣା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡିମୋଟର ଅଟକି ରହିଛି । ତେବେ ଅତ୍ୟଧିକ ବର୍ଷା ଯୋଗୁ ଏକ ବଡ ଟ୍ରକ କିଛି ବାଟ ଭାସି ଯାଇଥିବା ଜଣାପଡିଛି । ପାଣି ସୁଅ ଭିତରେ ଟ୍ରକଟି ଫସି ରହିଥିବା ବେଳେ ଜେସିବି ସାହାଯ୍ୟରେ ଟ୍ରକକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ଟ୍ରକଟି ଆପ୍ରୋଚ ରୋଡ ଦେଇ ଅତିକ୍ରମ କଲାବେଳେ ବର୍ଷା ପାଣି ଆପ୍ରୋଚ ରୋଡକୁ ଭସାଇ ନେବାରୁ ଟ୍ରକଟି ଫସି ରହିଛି । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ଯ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a comment