ବିଶ୍ୱରେ ଏହି ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନ୍ୟୁଜିଲାଣ୍ଡ ବିଶ୍ୱର ପ୍ରଥମ ରାଷ୍ଟ୍ର ଯିଏକି କୋଭିଡ୍ ସଂକ୍ରମଣରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି। ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିଲା ବେଳେ ଗତ ୧୫ ଦିନ ହେବ କେହି ବି ସଂକ୍ରମିତ ହୋଇନାହାନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାଫଳରେ ନ୍ୟୁଜିଲାଣ୍ଡରେ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ସମସ୍ତ କୋଭିଡ୍ କଟକଣା ହଟାଇ ଦିଆଯାଇଛି। ଏଣିକି ନ୍ୟୁଜିଲାଣ୍ଡରେ ଆଉ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ହେବ ନାହିଁ। ତେବେ ବିଦେଶୀଙ୍କ ଆଗମନ ଉପରେ ପୂର୍ବ ପରି କଟକଣା ବଳବତ୍ତର ରହିଛି। ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ କହିଛନ୍ତି, ଆମେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କୋଭିଡ୍-୧୯ ଭୂତାଣୁକୁ ପରାଜିତ କରିଛୁ। ଉଲ୍ଲେଖଯୋଗ୍ୟ ନ୍ୟୁଜିଲାଣ୍ଡରେ ଗତ ମାର୍ଚ୍ଚ ୨୫ରୁ ଲକଡାଉନ୍ ଜାରି ହୋଇଥିଲା। ଏଭଳି ପରିସ୍ଥିତିରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Leave a comment