ବିଶ୍ୱକପ୍‌କୁ ନେଇ ମୁହଁ ଖୋଲିଲେ ନ୍ୟୁଜିଲାଣ୍ଡ କ୍ୟାପଟେନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରିକେଟ ବିଶ୍ୱପ୍‌ ଫାଇନାଲ ମ୍ୟାଚ୍‌କୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଥିବା ବେଳେ ସବୁଆଡେ ସମାଲୋଚନାର ଶିକାର ହୋଇଛି ଆଇସିସି । ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ବିଶ୍ୱକପ ଫାଇନାଲରେ ଉଭୟ ଟିମ୍‌ ଖୁବ୍‌ ଭଲ ପ୍ରଦର୍ଶନ କରିଥିବା ବେଳେ ରନ୍‌ ସମାନ ଥାଇ ବି ଏକ ଅଦ୍ଭୁତ ନିୟମ ପାଇଁ ଇଂଲଣ୍ଡ ବିଜେତା ଘୋଷଣା କରାଯାଇଥିଲା । ମାତ୍ର ଏହାକୁ ବଡ଼ ବଡ଼ କ୍ରିକେଟ୍‌ ତାରକାଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡ଼ିଆରେ ଏହାକୁ ଦୃଢ଼ ବିରୋଧ କରୁଛନ୍ତି । ଏପରିକି ବହୁ କ୍ରିକେଟ୍‌ ପ୍ରେମୀ କ୍ରିକେଟର ଏହି ନିୟମକୁ ବ୍ୟଙ୍ଗ କରି ବିଭିନ୍ନ ପୋଷ୍ଟ କରୁଛନ୍ତି । ନାଟକୀୟ ଢ଼ଙ୍ଗରେ ଇଂଲଣ୍ଡକୁ ବିଶ୍ୱକପ୍‌ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ନ୍ୟୁଜିଲାଣ୍ଡ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାହାନ୍ତି ।

ତେବେ ଏହାକୁ ନେଇ ନ୍ୟୁଜିଲାଣ୍ଡ କ୍ୟାଟେନ୍‌ କେନ୍‌ ଓ୍ବିଲିୟମସନ କହିଛନ୍ତି, ଫାଇନାଲରେ କେହି ହାରିନାହାନ୍ତି । ହେଲେ ବିଶ୍ୱକପ ତ ଯାହାକୁ ହେଲେ ଜଣଙ୍କୁ ଦେବାର ଥିଲା । ଦୁଇଟି ପ୍ରୟାସ ପରେ ବି ବିଜେତା ସ୍ତିର କରାଯାଇ ନ ପାରିବାରୁ ଟୁର୍ନାମେଣ୍ଟ ଆରମ୍ଭରୁ ଥିବା ନିୟମ ଅନୁସାରେ ଇଂଲଣ୍‌ଡକୁ ବିଶ୍ୱକ୍‌ପ୍‌ ପ୍ରଦାନ କରାଯାଇଛି। ହେଲେ ଏହି ମ୍ୟାଚ୍‌କୁ ସମସ୍ତେ ଉପଭୋଗ କରିଛନ୍ତି ବୋଲି ଓ୍ବିଲିୟମଶନ କହିଛନ୍ତି ।

Leave a comment