ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମ ବିବାହ କରି ଦୁଇମାସର ସଂସାର ଗଢିବା ପରେ କଲେ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ସାନ ନଇରି ଗ୍ରାମରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନ ନଇରି ଗାମର ସ୍ବର୍ଗତ ସନାତନ ସାହୁ(୨୨) ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବସନ୍ତପୁରର ବାଆଜୀ ଜେନାଙ୍କ ଝିଅ ଶିବାନୀଙ୍କୁ ଦୁଇ ମାସ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଗତକାଲି ରାତିରେ ସନାତନ ଓ ଶିବାନୀଙ୍କ ମଧ୍ୟରେ ଯୌତୁକ କୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତିତର୍କ ପରେ ସନାତନ ଘରୁ ବାହାରକୁ ଚାଲି ଯାଇଥିଲେ । ସନାତନ ଘରକୁ ଫେରିବା ପରେ ଶିବାନୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ସେ ହଠାତ ଶିବାନୀ ଆତ୍ମହତ୍ୟା କରିଥିବା ଦେଖି ନିଜ ମା ଙ୍କ ସହ ଫୋନରେ କଥାହୋଇ ସମସ୍ତ ଘଟଣା କହିଥିଲେ । ସନାତନଙ୍କ ମା ତୁରନ୍ତ ଏ ଘଟଣା ସମ୍ପର୍କରେ ବାଣପୁର ପୋଲିସକୁ ଅବଗତ କରାଇଥିଲେ । ସନାତନ ଗିରଫ ହେବା ଭୟରେ ଦଉଡି ଆତ୍ମହତ୍ୟା କରିଦେଇଥିଲେ । ବାଣପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି ।

Leave a comment