ଆସିବ କି ୪ର୍ଥ ଲହର ? ଦେଶରେ ଚିହ୍ନଟ ହେଲା ନୂଆ ଭାରିଆଣ୍ଟ

0

ଗତ କିଛି ଦିନ ହେବ ଦେଶରେ ଲଗାତାର ୧୫ ହଜାର ଉପରେ ସଂକ୍ରମଣ ମାମଲା ରହିଥିବା ବେଳେ ଏବେ ପୁଣି ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ। ଓମିକ୍ରନର ନୂଆ ଭାରିଆଣ୍ଟ ବିଏ ୨.୭୫ ଚିହ୍ନଟ ହୋଇଛି । ଏନେଇ ଗତକାଲି(ବୁଧବାର) ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର(WHO) ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ ସୂଚନା ଦେଇଛନ୍ତି । ଏହାସହ ଏହି ପ୍ରଜାତି ପ୍ରତି ସଜାଗ ରହିଥିବା କୁହାଯାଇଛି ।

ଗେବ୍ରେୟେସସ୍‌ କହିଛନ୍ତି ଯେ, ବର୍ତ୍ତମାନ ୟୁରୋପ୍‌ ଏବଂ ଆମେରିକାରେ ବିଏ.୪ ଓ ବିଏ.୫ ପ୍ରଜାତି ଆତଙ୍କ ସୃଷ୍ଟି କରିଛି। ଏହି ସମୟରେ ଭାରତରେ ମଧ୍ୟ ଓମିକ୍ରନର ସବଭାରିଆଣ୍ଟ ବିଏ.୨.୭୫ ଦେଖାଦେଇଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଟ୍ବିଟରରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ବିଏ.୨.୭୫ ନାମରେ ଓମିକ୍ରନ୍‌ର ଏକ ନୂଆ ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି । ପ୍ରଥମେ ଏହା ଭାରତ ଏବଂ ପରେ ପରେ ଆଉ ୧୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି । ତେବେ ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରୀକ୍ଷା ନିରୀକ୍ଷା ଜାରି ରହିଛି ।”

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଥିବା ତଥ୍ୟରୁ ଜଣାପଡୁଛି ଯେ, ଜୁନ ୬ ତାରିଖ ପରଠାରୁ ପୁଣିଥରେ ଦେଶର୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ଏହା ଅନୁମାନ କରାଯାଉଛି ଯେ, ୪ର୍ଥ ଲହର ଆସିପାରେ ।

Leave a comment

You cannot copy content of this page