ଖୁବଶୀଘ୍ର ଆସିବ ନୂତନ ଟୋଲ୍ ଟିକସ ନିୟମ
ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଟୋଲ୍ ଟିକସ ସହ ଜଡିତ ନିୟମ ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ବିଷୟରେ ସୂଚନା ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ଦେଶରେ ଟୋଲ୍ ଟିକସ ଆଦାୟ ଭଳି କାର୍ଯ୍ୟ ଟେକ୍ନୋଲୋଜି ମାଧ୍ୟମରେ ସମ୍ପନ୍ନ ହେବ।
ଆଗକୁ ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ ଏବଂ ଟୋଲ୍ ଟିକସ ଦେଉ ନ ଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ସରକାର ଏଭଳି ଟେକ୍ନୋଲୋଜି ବ୍ୟବହାର କରିବେ ଯାହା ସାହାଯ୍ୟରେ ଆକାଉଣ୍ଟରୁ ଆପେ ଆମେ ଟିକସ କଟିଯିବ। ଆଗକୁ ଟୋଲ୍ ପ୍ଲାଜା ହଟାଇ କ୍ୟାମେରା ସବୁ ଲଗାଯିବ। ଦେଶରେ ନୂଆ ଟୋଲ୍ ଟିକସ ନିୟମ ଲାଗୁ କରିବାକୁ ସରକାର ଏକ ବିଧେୟକ ଆଣିପାରନ୍ତି ସରକାର ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।