ନୂଆ ବର୍ଷରୁ ନୂଆ ରୁଲ, ଏହି ସମସ୍ତ ନିୟମରେ ହେବ ପରିବର୍ତ୍ତନ

0

କିଛି ଦିନ ପରେ ନୂଆ ବର୍ଷ ଆରମ୍ଭ ହୋଇଯିବ ଏବଂ ନୂଆ ବର୍ଷରେ ଅନେକ ନୂଆ ନିୟମ ଲାଗୁ ହେବ । ବ୍ୟାଙ୍କ ଲକରଠୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ଏବଂ ମୋବାଇଲ ସମ୍ପର୍କିତ କିଛି ନିୟମରେ ପରିବର୍ତ୍ତନ ହେବ । ଏହା ସହିତ ଗ୍ୟାସ ସିଲିଣ୍ଡରର ଦାମ୍ ଏବଂ ଗାଡିର ଦାମରେ ମଧ୍ୟ ବୃଦ୍ଧି ହୋଇପାରେ । ଏହି ସବୁ ପରିବର୍ତ୍ତନର ସିଧା ପ୍ରଭାବ ଖାଉଟିଙ୍କ ଉପରେ ପଡିବ ।

ମହଙ୍ଗା ହେବ ଗାଡି:
ନୂଆବର୍ଷରୁ ଗାଡିର ଦାମ୍ ବୃଦ୍ଧି ପାଇବ । ମାରୁତି ସୁଜୁକି, ହ୍ୟୁଣ୍ଡାଇ ମୋଟର, ଟାଟା ମୋଟର୍ସ, ମର୍ସିଡିଜ୍-ବେଞ୍ଜ, ଅଡି, ରେନୋଲ୍ଟ, କିଆ ଇଣ୍ଡିଆ ଏବଂ ଏମଜି ମୋଟର ୧ ଜାନୁୟାରୀ ୨୦୨୩ରୁ ଗାଡିର ଦାମ୍ ବୃ୍ଦ୍ଧି କରିବେ ।

ବ୍ୟାଙ୍କ ଲକରର ନିୟମରେ ହେବ ପରିବର୍ତ୍ତନ:
୧ ଜାନୁୟାରୀରୁ ସମସ୍ତ ଲକରଧାରୀଙ୍କୁ ଏଗ୍ରିମେଣ୍ଟ ଜାରି କରାଯିବ ଏବଂ ଏଥିରେ ଗ୍ରାହକଙ୍କୁ ହସ୍ତାକ୍ଷର କରିବାକୁ ହେବ । ଆରବିଆଇ ନୂଆ ନିୟମ ଅନୁସାରେ ବ୍ୟାଙ୍କ ଏହା ନିର୍ଦ୍ଧାରିତ କରିବ କି ତାଙ୍କ ଲକର ଚୁକ୍ତିରେ କୌଣସି ବି ଅନୁଚିତ ସର୍ତ୍ତ ଯେପରି ନରୁହେ ।

କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ:
ଏହା ବ୍ୟତୀତ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହେବ । HDFC Bank ରିୱାର୍ଡ୍ସ ପଏଣ୍ଟ ଏବଂ ଫିରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । ଏହା ବ୍ୟତୀତ ଏସବିଆଇ ମଧ୍ୟ କିଛି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି ।

ଗ୍ୟାସ ସିଲିଣ୍ଡରର ଦାମରେ ପରିବର୍ତ୍ତନ:
ଏହା ବ୍ୟତୀତ ପ୍ରତି ମାସର ପ୍ରଥମ ତାରିଖରେ ଗ୍ୟାସ ସିଲିଣ୍ଡରର ଦାମର ସମୀକ୍ଷା କରାଯାଏ । ସରକାରୀ ତେଲ କମ୍ପାନୀମାନେ ପ୍ରତି ମାସର ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି ବା ହ୍ରାସ କରିଥାନ୍ତି ।

ଜିଏସଟିର ନିୟମରେ ହେବ ପରିବର୍ତ୍ତନ:
୧ ଜାନୁୟାରୀରୁ ଜିଏସଟି ନିୟମରେ ମଧ୍ୟ ପରିବର୍ତ୍ତନ ହେବ । ୫ କୋଟିରୁ ଅଧିକ ବାର୍ଷିକ ଟର୍ଣ୍ଣୋଭର କରୁଥିବା ବ୍ୟବସାୟୀଙ୍କ ପାଇଁ ଏବେ ଇ-ଇନଭଏସ୍ ଜରୁରି ହେବ ।

ମୋବାଇଲର ନିୟମରେ ହେବ ପରିବର୍ତ୍ତନ:
ଏହା ବ୍ୟତୀତ ୧ ତାରିଖରୁ ପ୍ରତି ଫୋନ୍ ନିର୍ମାତା ବା ଫୋନକୁ ଆମଦାନୀ କରୁଥିବା କମ୍ପାନୀମାନେ ଫୋନର ଆଇଏମଇଆଇ ନମ୍ବର ରେଜିଷ୍ଟ୍ରେସନ କରାଇବା ବାଧ୍ୟତାମୂଳକ ହେବ ।

Leave a comment