ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଡିଂ ବା ବୋଲି ଲଗାଯିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରାକୁ ଆଉ ମାସେରୁ କମ୍ ସମୟ ରହିଛି । ଏହି ଅବସରରେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଅନୁମତି ମାଗିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ ଅନୁସାରେ, ଏ ବର୍ଷ ରଥଯାତ୍ରାରେ କୌଣସି ଗୋଟିଏ ଚ୍ୟାନେଲକୁ ମିଳିବ ସିଧାପ୍ରସାରଣ ଅନୁମତି । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଡିଂ ବା ବୋଲି ଲଗାଯିବ । ଅତିକମ୍‌ରେ ୫ ବର୍ଷ ଅଭିଜ୍ଞତା ଥିବା ଟିଭି ଚ୍ୟାନେଲକୁ ବିଡିଂରେ ଭାଗ ନେବାକୁ ସୁଯୋଗ ମିଳିବ । ଯେଉଁ ସଂସ୍ଥା ମନ୍ଦିର ପ୍ରଶାସନକୁ ଅଧିକ ଟଙ୍କା ଦେବ, ତାକୁ ସିଧା ପ୍ରସାରଣ କରିବାର ଅଧିକାର ମିଳିବ ବୋଲି ଜଣାପଡିଛି ।

ଚଳିତ ବର୍ଷ ସମସ୍ତ ଟିଭି ଚ୍ୟାନେଲ ପୁରୀ ରଥାଯାତ୍ରାର ସିଧାପ୍ରସାରଣ କରିପାରିବେ ନାହିଁ । ସିଧାପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଡିଂ (ବୋଲି ଲଗାଯିବା) କରାଯାଇ ଯେ କୌଣସି ଗୋଟିଏ ଚ୍ୟାନେଲକୁ ମିଳିବ ସିଧା ପ୍ରସାରଣ ଅଧିକାର । ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ ପାଇଁ ବିଡିଂ କରାଯିବ । ଏଥିପାଇଁ ଆସନ୍ତା ୧୦ ତାରିଖ ସୁଦ୍ଧା ଟିଭି ଚ୍ୟାନେଲ ଗୁଡିକ ଆବେଦନ କରିବାକୁ କୁହାଯାଇଛି ।

Leave a comment